ବିନା ଅନୁମତିରେ ଅମିତାଭଙ୍କ କଣ୍ଠସ୍ୱର, ଫଟୋ, ନାଁର ବ୍ୟବହାର କରାଯାଇପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟଙ୍କର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ବିନା ଅନୁମତିରେ ଅମିତାଭଙ୍କ କଣ୍ଠସ୍ୱର, ଫଟୋ, ନାଁର ବ୍ୟବହାର କରାଯାଇପାରିବ ନାହିଁ

ମୁମ୍ବାଇ: ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠ ସ୍ୱରର ବେଆଇନ ବ୍ୟବହାର ରୋକିବା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତିତାଳୀନ ଆଦେଶ ଜାରି କରିଛନ୍ତି । ଜଷ୍ଟିସ୍ ଚାୱଲା ଏହି ମାମଲାର ଶୁଣାଣି କରିବା ସହ, ଟେଲିକମ୍ ଡିପାର୍ଟମେଣ୍ଟକୁ ଏନେଇ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ ତାଙ୍କ କଣ୍ଠ ସ୍ୱରରକୁ ବିନା ଅନୁମତିରେ ବ୍ୟବହାର କରୁଥିବା ପୋଷ୍ଟକୁ ତୁରନ୍ତ ହଟାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Amitabh Bachchan

ସୂଚନା ଅନୁସାରେ, ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ବିଗ୍ ବିଙ୍କ ପକ୍ଷରୁ ଜଣାଶୁଣା ଓକିଲ ହରିଶ ସାଲଭେ ଏହି ମାମଲାର ପ୍ରତିନିଧିତ୍ୱ କରୁଛନ୍ତି । ଏହା ବ୍ୟତୀତ ଜଷ୍ଟିସ ନବୀନ ଚାୱଲାଙ୍କ ନେତୃତ୍ୱରେ ଏହି ମାମଲାର ଶୁଣାଣି ହୋଇଛି । ବିଗ୍ ବି ଅଭିଯୋଗ କରିଥିଲେ ଯେ କିଛି କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ନାମ, କଣ୍ଠ ସ୍ୱର ଏବଂ ଫୋଟକୁ ବ୍ୟବହାର କରୁଛନ୍ତି । ଏ ନେଇ ଅମିତାଭ ବଚ୍ଚନ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୋସିଆଲ ମିଡିଆରୁ ଏପରି ପୋଷ୍ଟକୁ ତୁରନ୍ତ ହଟାଯାଉ ବୋଲି ସେ ଦାବି କରିଥିଲେ । ଏପରିକି କିଛି କମ୍ପାନୀ ନିଜର ପ୍ରଚାର ପ୍ରସାର ପାଇଁ କେବିସିର ଲୋଗୋ ମଧ୍ୟ ବ୍ୟବହାର କରୁଥିବା ନେଇ ଅଭିଯୋଗ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+