Get Updates
Get notified of breaking news, exclusive insights, and must-see stories!

ଅକ୍ଷୟଙ୍କ କୁମାରଙ୍କ ଏହି ଫିଲ୍ମ ପାଇଁ ମାତ୍ର ୧୫ ମିନିଟ୍ ମଧ୍ୟରେ ହଁ କହିଥିଲେ ଅମିତାଭ ବଚ୍ଚନ, ସିନେମା ହୋଇଥିଲା ହିଟ୍

Amitabh Bachchan Akshay Kumar Film Aankhen: ଭେଟେରାନ ହିନ୍ଦୀ ସିନେମା ଅଭିନେତା ଅମିତାଭ ବଚ୍ଚନ 55 ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି । ଏହି ସମୟ ମଧ୍ୟରେ ସେ ଅନେକ ବଡ଼ ବଡ଼ ଚଳଚ୍ଚିତ୍ର ସିନେମା ଇଣ୍ତଷ୍ଟ୍ରୀକୁ ଭେଟି ଦେଇଛନ୍ତି ଏବଂ ଅନେକ ଚମତ୍କାର ଚରିତ୍ରର ଛାପ ଦର୍ଶକଙ୍କ ମନରେ ଛାଡିଛନ୍ତି ।

ଆଜି ମଧ୍ୟ 81 ବର୍ଷ ବୟସରେ ଅମିତାଭ ବଚ୍ଚନଙ୍କ କ୍ରେଜ୍ ରହିଛି । କିଏ ତାଙ୍କୁ 'ବିଗ୍ ବି' କୁହେ ତ କିଏ 'ମହାନାୟକ', ଏବଂ ବଲିଉଡର ସେହେନ୍ସା ବୋଲି ଡାକିଥାନ୍ତି ପ୍ରଶଂସକ । ତେବେ ଅନେକ ନେଗେଟିଭ୍ ରୋଲରେ ମଧ୍ୟ ଅମିତାଭଙ୍କୁ ଦେଖିବା ପାଇଁ ମିଳିଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଯେ ଏକ ଭୂମିକା ପାଇଁ ସେ ମାତ୍ର 15 ମିନିଟ ମଧ୍ୟରେ ହଁ କହିଥିଲେ ।

ଚଳଚ୍ଚିତ୍ର 'AANKHEN' ସହ ଜଡିତ ଏକ ରୋମାଞ୍ଚକ କାହାଣୀ ବିଷୟରେ ଆମେ ଆପଣଙ୍କୁ ଆଜି ଜଣାଇବୁ । ଫିଲ୍ମର ନିର୍ଦ୍ଦେଶକ ଭିପୁଲ ଅମୃତଲାଲ ଶାହା ନିଜେ ଏହା ପ୍ରକାଶ କରିଛନ୍ତି ଯେ ସେ କିପରି ବିଗ୍ ବିଙ୍କୁ ଫିଲ୍ମର ସ୍କ୍ରିପ୍ଟ ଶୁଣାଇଥିଲେ ଏବଂ କିପରି ଅମିତାଭ ବଚ୍ଚନ କିଛି ସମୟ ପରେ ଫିଲ୍ମ ପାଇଁ ହଁ କହିଥିଲେ ।

Amitabh Bachchan

ଭିପୁଲ ଅମୃତଲାଲ ଶାହା ଏକ ସାକ୍ଷାତକାରରେ କହିଛନ୍ତି, 'ମୁଁ ଅମିତାଭ ସାରଙ୍କ ଭ୍ୟାନ୍ ବାହାରେ ଅପେକ୍ଷା କରିଥିଲି, ମୁଁ ନିଜକୁ କିପରି ପରିଚିତ କରାଇବି ବୋଲି ଭାବୁଥିଲି। ଯେତେବେଳେ ଅମିତାଭ ସାର୍ ଆସିଲେ, ସେ ମୋତେ ପଚାରିଲେ, 'ଭିପୁଲ, ତୁମେ ଏଠାରେ କଣ କରୁଛ? ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଗଲି ଯେ ସେ ଏକ ବର୍ଷ ପରେ ମଧ୍ୟ ମୋତେ ମନେ ରଖିଛନ୍ତି ।

ଭିପୁଲ ଆହୁରି କହିଛନ୍ତି, 'ମୁଁ ଭାବିଲି ଏହା ଏକ ଲମ୍ବା ପ୍ରକ୍ରିୟା ହେବାକୁ ଯାଉଛି, କିନ୍ତୁ ସେ କେବଳ ମୋ ସ୍କ୍ରିପ୍ଟ ଶୁଣିଲେ। ମୁଁ ଟିକେ ଡରି ଯାଇଥିଲି, କାଳେ ସେ ବିରକ୍ତ ହେବେ କି ? କାରଣ ମୁଁ ତାଙ୍କୁ ଜଣେ ଭିଲେନ୍ ଭୂମିକା ଦେବାକୁ ଯାଉଥିଲି । ଭିପୁଲଙ୍କ ଅନୁଯାୟୀ, ବିଗ୍ ବି 15 ମିନିଟ୍ ସ୍କ୍ରିପ୍ଟ ପଢିବା ପରେ ଏହି ଭୂମିକାରେ କାମ କରିବା ପାଇଁ ରାଜି ହୋଇଯାଇଥିଲେ ।


ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫିଲ୍ମ 'AANKHEN' 2002 ମସିହାରେ ମୁକ୍ତିଲାଭ କରିଥିଲା ​​। ଏଥିରେ ଅକ୍ଷୟ କୁମାର, ଅର୍ଜୁନ ରାମପାଲ, ସୁସ୍ମିତା ସେନ, ପରେଶ ରାୱଲ ଏବଂ ଆଦିତ୍ୟ ପାଞ୍ଚୋଲିଙ୍କ ଭଳି ଷ୍ଟାରମାନେ ନଜର ଆସିଥିଲେ । 17 କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ଯେତେବେଳେ କି ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ଦୁଇଗୁଣ ଅଧିକ ରୋଜଗାର କରିଥିଲା ​​। ଫିଲ୍ମର ଆୟ ପ୍ରାୟ 33.8 କୋଟି ଟଙ୍କା ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+