ବିଗ୍ ବି @80: ଭଏସ ଆର୍ଟିଷ୍ଟରୁ ସଫଳ ଅଭିନେତା
80 ବର୍ଷରେ ପଦାର୍ପଣ କଲେ ବଲିଉଡର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ । ସେ ପ୍ରୟାଗରାଜରେ 1942 ମସିହା ଅକ୍ଟୋବର ମାସ 11 ତାରିଖ ଜନ୍ମ ଗ୍ରହଣ କରିଥିଲେ ।
ମୁମ୍ବାଇ: 80 ବର୍ଷରେ ପଦାର୍ପଣ କଲେ ବଲିଉଡର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ । ସେ ପ୍ରୟାଗରାଜରେ 1942 ମସିହା ଅକ୍ଟୋବର ମାସ 11 ତାରିଖ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନରେ ଅନେକ ଆଡୁ ଶୁଭେଚ୍ଛା ସୁଅ ଛୁଟୁଛି ।

ନିଜର ଭିନ୍ନ କଣ୍ଠସ୍ବର ପାଇଁ ଅନେକ ସ୍ଥାନରୁ ରିଜେକ୍ସନ ପାଇବା ପରେ ସେ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଥିଲେ । ଏହାପରେ ପ୍ରଥମେ ଭଏସ ଆର୍ଟିଷ୍ଟ ଭାବେ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ । ହେଲେ ଧିରେ ଧିରେ କଳା ଦୁନିଆରେ ନିଜକୁ ହଜାଇ ଦେଇଥିଲେ । ଆଉ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ନୂଆ ଚଳଚ୍ଚିତ୍ର ଭେଟି ଦେଇ ଆସିଥିଲେ । ବଚ୍ଚନ ସାହବ ପ୍ରାୟ 50 ବର୍ଷ ଧରି ବଲିଉଡ୍ରେ ନିଜ ଜଲୱା ଦେଖାଇଛନ୍ତି । ଏହି ମହାନାୟକ 1969 ମସିହାରେ 'ସାତ୍ ହିନ୍ଦୁସ୍ଥାନୀ' ମାଧ୍ୟମରେ ବଲିଉଡର ଚଳଚ୍ଚିତ୍ର ଦନିଆରେ ଡେବ୍ୟୁ କରିଥିଲେ ।
ଆଉ ସେହି ଦିନ ଠାରୁ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ସେ । ଏହି ଚଳଚ୍ଚିତ୍ର ପରେ ସେ ଜଞ୍ଜୀର,ଆନନ୍ଦ, ନମକ୍ ହଲାଲ୍, ଦିୱାର, ସୋଲେ ଆଣ୍ଟୋନୀ, କୁଲି, ଡନ୍ , ଆଦି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ପାରିଥିଲେ । ଏହାପରେ ଅଗ୍ନିପଥ, ମହୋବତେଁ, ବ୍ଲାକ୍, ପା, ପିକୁ ,ପିଙ୍କ, ବଦଲା , ଭୁତନାଥ, ବ୍ରହ୍ମାସ୍ତ୍ର ଭଳି ଅନେକ ଭଳି ଅନେକ ବ୍ଲକ୍ ବଷ୍ଟର ଫିଲ୍ମରେ ଅଭିନୟ କରିଛନ୍ତି ବିଗ୍ ବି ।
ଖାଲି ଫିଲ୍ମ ନୁହେଁ ଟେଲିଭିଜନ୍, ବିଜ୍ଞାପନ ଇଣ୍ଟଷ୍ଟ୍ରିରେ ବି ସେ ବେଶ ସକ୍ରିୟ । ବଲିଉଡର ଏହି ସୁପର ହିଟ୍ କଳାକାରଙ୍କୁ ପଦ୍ମଶ୍ରୀ, ପଦ୍ମ ବିଭୁଷଣ ଏବଂ ପଦ୍ମ ଭୂଷଣରେ ସମ୍ମାନ କରାଯାଇଛି । ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications