'KBC 15'ରେ ହଠାତ୍ ଏହି କାରଣରୁ କାନ୍ଦି ପକାଇଲେ ବିଗ୍ ବି

Amitabh Bachchan Show: ଲୋକପ୍ରିୟ ରିଆଲିଟି ଶୋ' କୌନ ବନେଗା କରୋଡପତି ହୋଷ୍ଟ ଭାବରେ ଅମିତାଭ ବଚ୍ଚନ ଦୀର୍ଘ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛନ୍ତି । ଚଳିତ ବର୍ଷ ଶୋ'ର ଅନ୍ତିମ ସିଜନର ଶେଷ ଦିନରେ ଇମୋସନାଲ ହୋଇପଡିଥିବାର ନଜର ଆସିଥିଲେ ଅଭିନେତା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶୋ'ର ଏକ କ୍ଲିପ୍‌ରେ ଅମିତାଭ ବଚ୍ଚନ ଚଳିତ ବର୍ଷ ଚାଲିଥିବା ସିଜିନର ଶେଷ ଅଧ୍ୟାୟରେ ସମସ୍ତଙ୍କଠୁ ବିବାଦୟ ନେଉଛନ୍ତି ଏହି ସମୟରେ ତାଙ୍କ ଆଖିରେ ଲୁହ ଆସିଥିବାର ଦେଖିବା ପାଇଁ ମିଳିଥିଲା । ସର୍ବଦା ନିଜ ଭାବନା ଅର୍ଥାତ୍ ଇମୋସନସକୁ ନିୟନ୍ତ୍ରଣରେ ରଖିଥାନ୍ତି ହେଲେ ଶେଷ ଦିନରେ ମଞ୍ଚରୁ ବିଦାୟ ନେଲା ବେଳେ ନିଜ ଲୁହକୁ କଣ୍ଟ୍ରୋର କରିପାରି ନଥିଲେ ବିଗ୍ ବି ।

Amitabh Bachchan Show

ଅମିତାଭ ବଚ୍ଚନ ତାଙ୍କ ଦର୍ଶକଙ୍କୁ ହାତ ଜୋଡି ଧନ୍ୟବାଦ ଜଣାଇବା ସହ କହିଥିଲେ, ଏହା ଚଳିତ ସିଜିନରେ ଶେଷ ସୋ'। ଆସନ୍ତାକାଲିଠୁ ଆମେ ଏହି ମଞ୍ଚକୁ ଆଉ ଆସିବୁ ନାହିଁ । ମୋର ଏହି ଶବ୍ଦ କହିବାକୁ ସାହସ ନାହିଁ ବା ମୁଁ ଏହା କହିବା ପାଇଁ ଚାହୁଁ ନାହିଁ, ହେଲେ ମୋତେ କହିବା ପାଇଁ ପଡିବ ମୁଁ, ଅମିତାଭ ବଚ୍ଚନ, ଶେଷ ଥର ପାଇଁ କହିବାକୁ ଯାଉଛି ଏହି ସିଜିନ୍ ପାଇଁ, ଶୁଭ ରାତ୍ରି । ସୋସିଆଲ ମିଡିଆରେ ଏହି ଭିଡିଓ ଆସିବା ମାତ୍ରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକମାନେ ଲାଇକ୍ ଓ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି ।

ସୂଚନାଥାଉ ଯେ, 2000 ମସିହାରେ ପ୍ରଥମ ଥର କୌନ ବନେଗା କରୋଡପତିକୁ ହୋଷ୍ଟ କରିଥିଲେ ବିଗ୍ ବି । 2005 ରେ ଯେତେବେଳେ ସୋ'ର ଦ୍ୱିତୀୟ ସିଜନ୍ ପ୍ରସାରିତ ହେଲା, ବିଗ୍ ବି ଅସୁସ୍ଥ ହୋଇପଡିଥିବାରୁ ଏହାକୁ ନିର୍ମାତାମାନେ ବନ୍ଦ କରିଦେଇଥିଲେ । 2010 ରେ, ଅମିତାଭ ବଚ୍ଚନ ପୁଣି ଥରେ ସୋ'ରେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+