ବିକ୍ରମ ଗୋଖଲେଙ୍କ ଦେହାନ୍ତ, ଭାବୁକ ହୋଇପଡିଲେ ଅମିତାଭ

ବିକ୍ରମ ଗୋଖଲେଙ୍କ ଦେହାନ୍ତ, ଭାବୁକ ହୋଇପଡିଲେ ଅମିତାଭ

ମୁମ୍ବାଇ: ୨୦୨୨ ମସିହାରେ ମନୋରଞ୍ଜନ ଜଗତର ଅନେକ ମହାନ, ପ୍ରସିଦ୍ଧ କଳାକାର ସବୁଦିନ ପାଇଁ ଦୁନିଆର ଏହି ରଙ୍ଗିନ ମଞ୍ଚରୁ ବିଦାୟ ନେଇଛନ୍ତି । ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ତବସୁମ୍ ପରପାରିକୁ ଚାଲିଯାଇଥିଲେ । ହୃତଘାତ ଯୋଗୁ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ସିନେମା, ଟିଭି ଶୋ' ମାଧ୍ୟମରେ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ବର୍ତ୍ତମାନ ବଲିଉଡର ଆଉ ଜଣେ ଭେଟରାନ ଅଭିନେତା ବିକ୍ରମ ଗୋଖଲେ ମଧ୍ୟ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଉଭୟ କଳାକାର ଓ ନିଜ ପ୍ରିୟ ବନ୍ଧୁଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ବିଗ୍ ବି ଅମିତାଭ ବଚ୍ଚନା । ସେ ନିଜ ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।

Amitabh Bachan
ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଲେଖିଛନ୍ତି, 'ଦୁଃଖରେ ଭରି ଯାଇଛି ଦିନ୍, ବନ୍ଧୁ ଏବଂ ସାଥୀଗଣ । ମହାନ ଦକ୍ଷ କଳାକାରମାନେ ଦିନକୁ ଦିନ ଆମକୁ ଛାଡି ଚାଲିଯାଉଛନ୍ତି । ଏବଂ ଆମେ କେବଳ ଶୁଣୁଛେ, ଦେଖିବା ଏବଂ ପ୍ରାର୍ଥନା କରିପାରିବା । ତବସୁମ୍, ବିକ୍ରମ ଗୋଖଲେ ଏବଂ ଆଉ କିଛି ପ୍ରିୟ ବ୍ୟକ୍ତି ଯେଉଁମାନେ ନିଜ ଅଭିନୟ କଲେ ଏବଂ ଜୀବନର ମଞ୍ଚକୁ ଖାଲି କରି ଚାଲିଗଲେ ।

ତବସୁମ୍ ଏବଂ ବିକ୍ରମ ଗୋଖଲେଙ୍କ ପାଇଁ ଅମିତାଭଙ୍କ ପୋଷ୍ଟ ଅତ୍ୟନ୍ତ ଭାବପ୍ରବଣ ଅଟେ । ନଭେମ୍ବର ୧୯ ରେ ତବସୁମ୍ ବିଶ୍ୱକୁ ବିଦାୟ ଦେଇ ଚାଲିଯାଇଥିଲେ । ହୃତଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅନ୍ୟପକ୍ଷରେ ବିକ୍ରମ ଗୋଖଲେଙ୍କ ୨୬ ନଭେମ୍ବରରେ ଦେହାନ୍ତ ହୋଇଥିଲା । ତାଙ୍କ ଶରୀରର ଅନେକ ଅଙ୍ଗ କାମକରିବା ବନ୍ଦ କରିଦେଇଥିଲା । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ନଭେମ୍ବର ୫ ତାରିଖରୁ ତାଙ୍କୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ମଧ୍ୟାହ୍ନରେ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ବିକ୍ରମ ଗୋଖଲେ ଏବଂ ଅମିତାଭ ବଚ୍ଚନ ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ । ଅନ୍ୟପକ୍ଷରେ, ଗୋଖଲେ ନିଜେ ଏ ବିଷୟରେ କହିଥିଲେ ଯେ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ବନ୍ଧୁତା ୫୫ ବର୍ଷର । ବିକ୍ରମ ଗୋଖଲେ ଆଶ୍ରୟ ସନ୍ଧାନରେ ମୁମ୍ବାଇରେ ବୁଲିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଅମିତାଭ ବଚ୍ଚନ । ଇ- ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ବିକ୍ରମ ଗୋଖଲେ ପ୍ରକାଶ କରିଥିଲେ ଯେ ଅମିତାଭ ତାଙ୍କୁ ମୁମ୍ବାଇରେ ଘର ଖୋଜିବାରେ ବହୁତ ସାହାଯ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+