World Cup 2023: ଭାରତର ପରାଜୟରେ କାହିଁକି ଟ୍ରୋଲ ହେଲେ ଅଭିନେତା ଅମିତାଭ ବଚ୍ଚନ
Amitabh Bachchan Troll: ବିଶ୍ୱକପ୍ 2023ର ଅନ୍ତିମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ପରାଜୟ ହୋଇଛି । ସମସ୍ତେ ଆଶା କରିଥିଲେ ଯେ, ଏଥର ଟିମ୍ ଇଣ୍ଡିଆ ବିଶ୍ୱକପ୍ ଟ୍ରଫି ଜିତିବ। କିନ୍ତୁ ମ୍ୟାଚରେ ଏହି ପରାଜୟ ପରେ କୋଟି କୋଟି ଦେଶବାସୀଙ୍କୁ ଲାଗିଛି ଝଟକା । ଏପରି ସମୟରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଏପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିପାଇଁ ତାଙ୍କୁ ଲଗାତାର ଟ୍ରୋଲ କରାଯାଉଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଭାରତର ପରାଜୟର କିଛି ସମୟ ପୂର୍ବରୁ ଅମିତାଭ ବଚ୍ଚନ ଏକ ପୋଷ୍ଟ ସେୟାର କରିଥିଲେ। ବିଶ୍ୱକପ୍ ବିଷୟରେ ଉଲ୍ଲେଖ ନକରି ଅଭିନେତା ଲେଖିଥିଲେ, 'କିଛି ବି ତ ନୁହେଁ'। କିନ୍ତୁ ଟିମ୍ ଇଣ୍ଡିଆ ହାରିଯିବା ମାତ୍ରେ ଅଭିନେତାଙ୍କ ଏହି ପୋଷ୍ଟ ଭାଇରାଲ ହୋଇଥିଲା ଏବଂ ଟିମ୍ ଇଣ୍ତିଆର ପରାଜୟ ପାଇଁ ଲୋକେ ତାଙ୍କୁ ଦାୟୀ କରିଥିଲେ ।
T 4835 - कुछ भी तो नहीं
— Amitabh Bachchan (@SrBachchan) November 19, 2023
ଅମିତାଭ ବଚ୍ଚନଙ୍କ ପୋଷ୍ଟକୁ ନେଇ ଜଣେ ୟୁଜର୍ ସମାଲୋଚନା କରି ଲେଖିଛନ୍ତି, ସାର୍, ସର୍ବପ୍ରଥମେ ଆପଣ ନିଜ ଟିଭି ବନ୍ଦ କରନ୍ତୁ । ଆଉ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଆରଣ କହିଥିଲେ ଯେ ମ୍ୟାଚ୍ ଦେଖିଲେ, ଭାରତ ହାରିଯିବ, ତେବେ ଆପଣ କାହିଁକି ମ୍ୟାଚ୍ ଦେଖିଲେ? ସେହିପରି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଭାରତ ହାରିଯାଇଛି ଏବେ ଆପଣ କିଛି କୁହ ନାହଁ ।

ଏହାପୂର୍ବରୁ ଅମିତାଭ ବଚ୍ଚନ ସେମିଫାଇନାଲରେ ଭାରତର ବିଜୟରେ ଏକ ମଜାଦାର ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ, ଯେତେବେଳେ ବି ସେ ମ୍ୟାଚ୍ ଦେଖନ୍ତି ନାହିଁ, ସେତେବେଳେ ଭାରତ ଜିତେ। ଏହା ସହ ଅଭିନେତା ଦଳକୁ ବିଜୟ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ବିଗ୍ ବିଙ୍କର ଏହି ପୋଷ୍ଟ ପରେ ଅନେକ ପ୍ରଶଂସକ ତାଙ୍କୁ ମ୍ୟାଚ୍ ନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ପ୍ରଶଂସକମାନେ ବିଗ୍ ବିଙ୍କ ପୂର୍ବର ପୋଷ୍ଟକୁ ନେଇ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।
ସୂଚନାଥାଉ ଯେ, ଅଷ୍ଟ୍ରେଲିଆ ଦଳ ବିଶ୍ୱକପ ଟାଇଟଲ ଜିତିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୬ ୱିକେଟରେ ହାରିଛି । ୨୪୧ ରନ୍ ପଛରେ ପକାଇ ଅଷ୍ଟ୍ରେଲିଆ ଦଳ ସହଜରେ ଏହି ଲକ୍ଷ୍ୟ ହାସଲ କରିଛି । ଅଷ୍ଟ୍ରେଲିଆ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ଶତକ ହାସଲ କରିବାରେ ସଫଳ ହୋଇଥିଲେ ।












Click it and Unblock the Notifications