Jr NTRଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା, ଅଭିନେତାଙ୍କୁ 'ତେଲୁଗୁ ସିନେମାର ରତ୍ନ' ବୋଲି କହି ପ୍ରଶଂସା କଲେ
Entertainment News : Amit Shah Meets Jr Ntr In HyderabadJr NTRଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା, ଅଭିନେତାଙ୍କୁ 'ତେଲୁଗୁ ସିନେମାର ରତ୍ନ' ବୋଲି କହି ପ୍ରଶଂସା କଲେ
ହାଇଦ୍ରାବାଦ: ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ 'RRR'ରେ ତେଲୁଗୁ ତେଲୁଗୁ ଅଭିନେତା ଜୁନିୟର ଏନ୍ଟିଆରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବେଶ୍ ଇମପ୍ରେସ୍ କରିଥିଲା । ଫିଲ୍ମରେ ତାଙ୍କର ଅନେକ ସିନରେ କରତାଳିରେ ପ୍ରକମ୍ପିତ ହୋଇ ଉଠିଥିଲା ସିନେମା ହଲ୍ । ବର୍ତ୍ତମାନ Jr NTR ଜଣେ ଏପରି ବ୍ୟକ୍ତିଙ୍କଠାରୁ ପ୍ରଶଂସା ପାଇଛନ୍ତି ଯାହାକୁ ସେ ସର୍ବଦା ମନେ ରଖିବେ । ନିକଟରେ ଭାରତର ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦରେ ଜୁନିଅର ଏନଟିଆରଙ୍କୁ ଭେଟିଥିଲେ । ଯାହା ପରେ ଲୋକମାନେ ନା ନା ପ୍ରକାରର କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ Jr NTRଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଅନେକ ଏହାକୁ ଅଭିନେତାଙ୍କ ରାଜନୀତିରେ ପ୍ରବେଶ ବୋଲି ଅନୁମାନ କରୁଛନ୍ତି ।

ରିପୋର୍ଟ ଅନୁସାରେ ଅମିତ ଶାହା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ମୁନୁଗୋଡୁରେ ଏକ ସାଧାରଣ ସଭାରେ ଯୋଗଦେଲା ପରେ । ଏକ ହୋଟେଲରେ ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ସେ ଟ୍ୱିଟରରେ ଅଭିନେତାଙ୍କ ସହ ତାଙ୍କର ଫଟୋ ସେୟାର କରିବା ସହ ତାଙ୍କର ପ୍ରଶଂସା କରି ଲେଖିଛନ୍ତି ଜଣେ ଦକ୍ଷ ଅଭିନେତା ତଥା ତେଲୁଗୁ ସିନେମାର ରତ୍ନ ଓ ଗେମ୍ ଅଫ୍ ଆୱାର୍ ତେଲୁଗୁ ଇଣ୍ତଷ୍ଟ୍ରି ବୋଲି ଲେଖିଛନ୍ତି । ଯାହା ପରେ ଏହାକୁ ରିଟ୍ୱିଟ କରି ଏନଟିଆର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, 'ଆପଣଙ୍କୁ ଭେଟି ବହୁତ ଖୁସି ଅମିତ ଶାହା ଜୀ। ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
It was a pleasure meeting you and having a delightful interaction @AmitShah ji. Thanks for the kind words. https://t.co/Hrn33EuRJh
— Jr NTR (@tarak9999) August 21, 2022
ନେଟଫ୍ଲିକ୍ସରେ 'RRR'ରିଲିଜ୍ ହେବା ପରେ ଏହି ଚଳଚ୍ଚିତ୍ର ଏବଂ Jr NTRଙ୍କ କାର୍ଯ୍ୟ ସାରା ବିଶ୍ୱରେ ପ୍ରଶଂସା ସାଉଁଟୁଛି । ରାଜାମୌଲିଙ୍କ ସହ କାମ କରିବା ପରେ ଏବେ ସେ ଦଇଟି ଫିଲ୍ମରେ କାମ ଆରମ୍ଭ କରିସାରିଛନ୍ତି ।












Click it and Unblock the Notifications