ହଲିଉଡରେ ଚମକିଲେ ଆମୀର ଖାନ୍ , 'ଲାଲ୍ ସିଂ ଚଢା'କୁ ପ୍ରଶଂସା କଲା ଓସ୍କାର
Laal Singh Chaddha: Amir Khan applauded at Hollywood , Oscar Prasies "Laal Singh Chaddha"ହଲିଉଡରେ ଚମକିଲେ ଆମୀର ଖାନ୍ , 'ଲାଲ୍ ସିଂ ଚଢା'କୁ ପ୍ରଶଂସା କଲା ଓସ୍କାର
ମୁମ୍ବାଇ: ବିବାଦ ମଧ୍ୟରେ ରିଲିଜ୍ ହୋଇଥିଲା ଆମୀରଙ୍କ ଫିଲ୍ମ 'ଲାଲ୍ ସିଂ ଚଢା' । ସୋସିଆଲ ମିଡିଆରେ ବୟକଟ୍ 'ଲାଲ୍ ସିଂ ଚଢା' ଟ୍ରେଣ୍ତ୍ କରିଥିଲା । ହେଲେ ଶେଷରେ ରିଲିଜ୍ ହୋଇଥିଲା ଆମୀର ଖାନ ଓ କରୀନାଙ୍କ ଫିଲ୍ମ । ଓସ୍କାର ବିଜେତା ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ହିନ୍ଦୀ ରିମେକ୍ ହେଉଛି ଫିଲ୍ମ 'ଲାଲ୍ ସିଂ ଚଢା' । ଏହି ଫିଲ୍ମରେ ଟମ୍ ହ୍ୟାଙ୍କ୍ସ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଭାରତରେ ବିବାଦ ଲାଗିରହିଥିବା ବେଳେ ଏବେ ଆମୀରଙ୍କ ପାଇଁ ଏକ ଖୁସି ଖବର ବିଦେଶରୁ ଆସିଛି ।
ବର୍ତ୍ତମାନ ଓସ୍କାର ଅମୀର ଖାନଙ୍କ ଫିଲ୍ମକୁ ସପୋର୍ଟ କରିବା ଆରମ୍ଭ କରିଛି । ଓସ୍କାରର ଅଫିସିଆଲ ସୋସିଆଲ ମିଡିଆ ସାଇଟରେ ଏକ ଭିଡିଓ ସେୟାର କରି 'ଲାଲ୍ ସିଂ ଚଢା'କୁ ସମର୍ଥନ ଜଣାଯାଇଛି । ଏହି ଭିଡିଓରେ ଫିଲ୍ମ ଫରେଷ୍ଟ ଗମ୍ପ ଓ 'ଲାଲ୍ ସିଂ ଚଢା'ର କିଛି ଝଲକ ଦେଖିବାକୁ ମିଳୁଛି ।
Forrest Gump 🤝 Laal Singh Chaddha
Robert Zemeckis and Eric Roth’s sweeping story of a man who changes the world with kindness receives a faithful Indian adaptation in Advait Chandan and Atul Kulkarni’s ‘Laal Singh Chaddha’ feat. Aamir Khan in the role made famous by Tom Hanks. pic.twitter.com/QAcqT4yLkm
— The Academy (@TheAcademy) August 12, 2022
ଭିଡିଓ ସେୟାର କରାଯିବା ସହ ଆମୀରଙ୍କ ଫିଲ୍ମ ପାଇଁ ଏକ ସୁନ୍ଦର ପୋଷ୍ଟ ମଧ୍ୟ ଓସ୍କାର ତରଫରୁ ଲେଖାଯାଇଛି । ଯେଉଁଥିରେ ଆମୀର ଖାନଙ୍କର ଖୁବ ପ୍ରଶଂସା ମଧ୍ୟ କରାଯାଇଛି । ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପଟେ ବକ୍ସ ଅଫିସ୍ରେ 'ଲାଲ ସିଂ ଚଢା' ପ୍ରଥମ ଦିନରେ ପ୍ରାୟ ୧୦.୭୫ କୋଟି କଲେକ୍ସନ କରିଥିଲା । ରିପୋର୍ଟ ଅନୁସାରେ, ଏହା ୧୩ ବର୍ଷ ମଧ୍ୟରେ ଅମୀର ଖାନ୍ଙ୍କ ସର୍ବନିମ୍ନ ଫାଷ୍ଟ ଡେ କଲେକ୍ସନ । ତେବେ ଗତ ୧୧ ତାରିଖରେ ଅମୀର ଖାନଙ୍କ ଫିଲ୍ମ 'ଲାଲ୍ ସିଂ ଚଢା' ରିଲିଜ୍ ହୋଇଥିଲା । ଫିଲ୍ମ ଘୋଷଣା ହେବା ପରଠାରୁ ହିଁ ସୋସିଆଲ ମିଡିଆରେ ଏହା ନିନ୍ଦା କରାଯିବା ସହ ବୟକଟ୍ ମଧ୍ୟ ଟ୍ରେଣ୍ତ କରିଥିଲା । ବିବାଦ ଦିନକୁ ଦିନ ବଢିବାରେ ଲାଗିଛି ହେଲେ ଅନେକ ଏହି ଫିଲ୍ମକୁ ସମର୍ଥନ ମଧ୍ୟ କରୁଛନ୍ତି ।

ଆମୀର ଖାନଙ୍କ ପ୍ରଡକ୍ସନ କିରଣ ରାଓ ଏବଂ ଭାଓକମ୍-୧୮ ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଆମୀର ଖାନ୍, କରୀନା କପୁର, ଖାନ୍ ମୋନା ସିଂହ ଓ ସାଉଥ ସୁପରଷ୍ଟାର ନାଗା ଚୈତେନ୍ୟ ଅକିନେନି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି ।












Click it and Unblock the Notifications