ଫ୍ୟାନ୍ସଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ସୁପରଷ୍ଟାର ଆମିର ଖାନ
Amir Khan Apologies On Twitter After Laal Singh Chaddha Flop ଫ୍ୟାନ୍ସଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ସୁପରଷ୍ଟାର ଆମିର ଖାନ
ମୁମ୍ବାଇ: ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ବଲିଉଡକୁ ନେଇ ଅନେକ ବିବାଦ ଦେଖିବା ପାଇଁ ମିଳୁଛି । ଗୋଟେ ପରେ ଗୋଟେ ଫିଲ୍ମକୁ ନେଇ ବିବାଦ ଦେଖିବା ପାଇଁ ମିଳୁଛି । ଯାହା ଫଳରେ ଅନେକ ସୁପରଷ୍ଟାରଙ୍କ ଫିଲ୍ମ ଫ୍ଲପ୍ ଲିଷ୍ଟରେ ସାମିଲ ହେଉଛି । ଫିକା ପଡୁଛି ଷ୍ଟାରଡମ୍ । ନିକଟରେ ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାନ୍ଙ୍କ ଫିଲ୍ମ 'ଲାଲ ସିଂହ ଚଢା'ବି ଫ୍ଲପ୍ ହୋଇଯାଇଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଓ ପରେ ମଧ୍ୟ ଏହି ଫିଲ୍ମକୁ ଟ୍ରୋଲ କରାଯାଇଥିଲା । ବୟକଟ୍ 'ଲାଲ ସିଂହ ଚଢା'ମଧ୍ୟ ଟ୍ରେଣ୍ତ୍ ରେ ରହିଥିଲା । ଶେଷରେ ଆମିର ଖାନ ହାତ ଯୋଡି ନିଜ ଦର୍ଶକଙ୍କୁ କ୍ଷମା ମାଗିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହ ସତ୍ୟ ।

ତେବେ ସେପ୍ଟେମ୍ବର ୧ ତଥା ଆଜି ପାଳନ କରାଯାଉଛି 'ମିଚ୍ଛାମି ଦୁକ୍କଡମ୍'ପର୍ବ । ଏହି ଦିନ ଲୋକେ 'ମିଚ୍ଛାମି ଦୁକ୍କଡମ୍' କହି ନିଜର ଭୁଲ ପାଇଁ କ୍ଷମା ମାଗନ୍ତି । ଏଭଳି ପରିସ୍ଥିତିରେ ଆମିର ଖାନ ମଧ୍ୟ ଏହି ଫଣ୍ଡାକୁ ଆପଣାଇଛନ୍ତି। ତାଙ୍କ ଭୁଲ ସମସ୍ତ ଭୁଲ ପାଇଁ ସେ କ୍ଷମା ମାଗିଛନ୍ତି । ତେବେ ଫିଲ୍ମ ଲାଲ୍ ସିଂ ଚଢା ରିଲିଜ୍ ସମୟରେ ସୋସିଆଲ ମିଡିଆରେ ଆମିରଙ୍କର ଅନେକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା । ଯାହାର ପ୍ରଭାବ ତାଙ୍କ ଫିଲ୍ମ ଉପରେ ପଡିଥିଲା । ଫିଲ୍ମର ବକ୍ସଅଫିସ କଲେକସନ୍ ବେଶ୍ କମ ରହଛି । ଅନ୍ୟଟେ ଏହି ଫିଲ୍ମକୁ ବିଦେଶରେ ଖୁବ ପ୍ରଶଂସା କରାଯାଉଛି । ଭାରତ ତୁଳନାରେ ବିଦେଶରେ ଫିଲ୍ମର ଆୟ ଅଧିକ ମଧ୍ୟ ରହିଛି ।












Click it and Unblock the Notifications