OTTରେ ରିଲିଜ୍ ହେବ 'ଲାଲ୍ ସିଂ ଚଢା', ମାତ୍ର ଏତିକି ଟଙ୍କାରେ ରାଇଟ୍ସ କଣିଲା ନେଟ୍ପ୍ଲିକ୍ସ
Bollywood News: Aamir Khan And Netflix Over Laal SIngh Chaddha DealOTTରେ ରିଲିଜ୍ ହେବ 'ଲାଲ୍ ସିଂ ଚଢା', ମାତ୍ର ଏତିକି ଟଙ୍କାରେ ରାଇଟ୍ସ କଣିଲା ନେଟ୍ପ୍ଲିକ୍ସ
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢ଼ା'କୁ ପୁଣି ଏକ ବଡ଼ ଝଡକା । ଏଥର ୬ ମାସ ନୁହେଁ ବରଂ ୮ ସପ୍ତାହରେ OTTରେ ହେବ ରିଲିଜ୍ । ମିଳିଲା ନାହିଁ ଆମିରଙ୍କ ଡିମାଣ୍ତ ଅନୁସାରେ ବଜେଟ୍ । ନେଟ୍ପ୍ଲିକ୍ସ ସହ ଚୁକ୍ତି ପଡିଲା ଆମିରଙ୍କୁ ମହଙ୍ଗା । ୧୧ ଅଗଷ୍ଟ ଦିନ ରିଲିଜ୍ ହୋଇଥିଲା ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଲାଲ ସିଂ ଚଢା'। ଦୀର୍ଘ ୪ବର୍ଷ ପରେ ଆମିର ଖାନ ସିଲଭର ସ୍କ୍ରିନରେ କମ୍ ବ୍ୟାକ୍ କରିଥିଲେ । ହେଲେ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଟ୍ରୋଲର ଶିକାର ହୋଇଥିଲେ ଅଭିନେତା । ଏତେ ବର୍ଷର ଅଭିଜ୍ଞତା ମଧ୍ୟ କାମ କରିନଥିଲା ଦର୍ଶକଙ୍କର ବୟକଟ୍ ଦାବି ସାନ୍ନାରେ । ଦିନ ଗଡିବା ସହ ସୋସିଆଲ ମିଡିଆରେ ବୟକଟ୍ ଲାଲ୍ ସିଂ ଚଢାର ଟ୍ରେଣ୍ତ୍ ମଧ୍ୟ ବଢିବାରେ ଲାଗିଥିଲା । ବିବାଦ ମଧ୍ୟରେ ରିଲିଜ୍ ହୋଇଥିଲା ଫିଲ୍ମଟି । ହେଲେ ଏବେ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି । ବୟକଟ୍ ର ପ୍ରଭାବ ସଫା ସଫା ଦେଖିବା ପାଇଁ ମିଳୁଛି ।

ସେପଟେ ଲାଲ ସିଂ ଚଢା ରିଲିଜ୍ ହେବା ପୂର୍ବରୁ ଆମିର ଖାନ୍ ଓ ନିର୍ମାତା ନିଷ୍ପତ୍ତି ନେଇଥିଲେ ଯେ ଥିଏଟରରେ ରିଲିଜ୍ ହେବାର ୬ ମାସ ପରେ ଏହାକୁ OTT ପ୍ଲାଟଫର୍ମକୁ ରିଲିଜ୍ କରାଯିବ । ହେଲେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଖୁବ ଶିଘ୍ର ଓଟିଟିରେ ରିଲିଜ୍ ହେବା ପାଇଁ ଯାଉଛି ଲାଲ୍ ସିଂ ଚଢା । ରିପୋର୍ଟ ଅନୁଯାୟୀ 'ଲାଲ ସିଂ ଚଢା'ର ଡିଜିଟାଲ ରିଲିଜ ପାଇଁ ଆମୀର ଏବଂ ନେଟଫ୍ଲିକ୍ସ ମଧ୍ୟରେ ହୋଇଥିବା ଚୁକ୍ତି ମଧ୍ୟ ବିଫଳ ହୋଇଛି । ନେଟଫ୍ଲିକ୍ସ ଲାଲ ସିଂ ଚଢାର ରାଇଟସ୍ ହାସଲ କରିବା ପାଇଁ ୮୦-୯୦ କୋଟି ଟଙ୍କା ଅଫର ଦେଇଥିଲା । ହେଲେ ବିବାଦ ଓ ଫିଲ୍ମର ବର୍ତ୍ତମାନର ଆୟକୁ ନଜରରେ ରଖି ନେଟଫ୍ଲିକ୍ସ ଏହି ଅଫରକୁ ୫୦ କୋଟି ଟଙ୍କାକୁ ହ୍ରାସ କରିଥିଲା । ସେହିପରି ଆମିର ଡିଜିଟାଲ୍ ପ୍ରିମିୟର୍ ପୂର୍ବରୁ ଚାଇନାରେ ତାଙ୍କ ଫିଲ୍ମ ରିଲିଜ୍ କରିବାକୁ ଚାହୁଁଥିଲେ କିନ୍ତୁ ନେଟଫ୍ଲିକ୍ସ ଏଥିରେ ମଧ୍ୟ ସହମତ ହୋଇନଥିଲା ।

ତେବେ ସୂଚନା ଅନୁସାରେ ଏବେ ଉଭୟଙ୍କ ମଧ୍ୟରେ ଏହି ଡିଲ ପ୍ରାୟ ୯୦ କୋଟି ଟଙ୍କା ଫାଇନାଲ୍ ହୋଇପାରେ । କୁହାଯାଉଛି ଯେ ଏହି ଡିଲକୁ ଏହି ସପ୍ତାହରେ ଫାଇନାଲ୍ କରାଯାଇ ପାରେ । ଯାହାର ଘୋଷଣା ଆସନ୍ତା ସପ୍ତାହରେ କରାଯିବାର ସମ୍ଭାବନା ରହିଛି ।












Click it and Unblock the Notifications