ମହଙ୍ଗା ହେଲା ଟମାଟୋ,ଗଛ ଲଗାଇଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ
Rakhi Sawant: ମନୋରଞ୍ଜନ ଜଗତର ରାଣୀ ରାକ୍ଷୀ ସାୱନ୍ତ ନିଜ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ ଇଣ୍ତଷ୍ଟ୍ରିର ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ଦେବା ପାଇଁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ପ୍ରାୟତଃ ସୋସିଆଲ ମିଡିଆରେ ରାକ୍ଷୀଙ୍କର ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବା ପାଇଁ ମିଳିଥାଏ ।

ଅଭିନେତ୍ରୀଙ୍କ ମଜାଳିଆ ଅନ୍ଦାଜକୁ ବେଶ ପସନ୍ଦ କରନ୍ତି ଦର୍ଶକ । ବର୍ତ୍ତମାନ ଟମାଟୋର ଦର ବଢିବାରେ ଲାଗିଛି ଯେଉଁ ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାକ୍ଷୀଙ୍କର ଏକ ନୂଆ ଭିଡିଓ ହେଉଛି ଭାଇରାଲ । ଟମାଟୋର ମୂଲ୍ୟ ବୃଦ୍ଧିରେ ବିବ୍ରତ ହୋଇ ରାକ୍ଷୀ ଟମାଟୋ ଗଛ ଲଗାଇବା ଆରମ୍ଭ କରିଦେଇଛନ୍ତି ।
ରାଖୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଟମାଟୋ ଗଛ ଲାଗାଉଥିବାର ନଜର ଆସୁଛନ୍ତି । ଭିଡିଓରେ, ରାକ୍ଷୀ ଏକ କୁଣ୍ତରେ 4-5ଟି ଟମାଟୋ ରଖି ତାଉପରେ ମାଟି ପକାଇ ସେଥିରେ ପାଣି ଦେଉଥିବାର ଦେଖିବା ପାଇଁ ମିଳୁଛି ।
15 ଦିନରେ ଫଳିବ ଟମାଟୋ
ଗଛ ଲଗାଇବା ପରେ ରାକ୍ଷୀ କହୁଛନ୍ତି,୧୫ ଦିନ ପରେ ଏହି ଗଛରେ ଟମାଟୋ ଫଳିବା ଆରମ୍ଭ ହେବ । ତେବେ ରାକ୍ଷୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଲୋକଙ୍କର ଭିନ୍ନ ଭିନ୍ନ ଲାଇକ୍ ଓ କମେଣ୍ଟ ଆସିବା ଆରମ୍ଭ ହୋଇଯାଇଛି ।
ସ୍ୱାମୀଙ୍କ ଅପେକ୍ଷାରେ ରାକ୍ଷୀ
ନିକଟରେ ରାକ୍ଷୀ ସାୱନ୍ତଙ୍କ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ମୁଣ୍ତରେ ଅଣ୍ତା ଭାଙ୍ଗୁଥିବାର ଦେଖିବା ପାଇଁ ମିଳିଥିଲା । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାକ୍ଷୀ ଭଲ ସ୍ୱାମୀ ପାଇବା ପାଇଁ ମୁଣ୍ତରେ ଅଣ୍ତା ଭାଙ୍ଗୁଥିଲେ ।












Click it and Unblock the Notifications