ଏହି ପାକିସ୍ତାନୀ ଅଭିନେତାଙ୍କୁ ଡେଟ୍ କରୁଛନ୍ତି ଅମିଷା ପଟେଲ୍ ! ରୋମାଣ୍ଟିକ୍ ଭିଡିଓ କଲେ ପୋଷ୍ଟ

ଏହି ପାକିସ୍ତାନୀ ଅଭିନେତାଙ୍କୁ ଡେଟ୍ କରୁଛନ୍ତି ଅମିଷା ପଟେଲ୍ ! ରୋମାଣ୍ଟିକ୍ ଭିଡିଓ କଲେ ପୋଷ୍ଟ

ମୁମ୍ବାଇ: ୪୬ ବର୍ଷରେ ବିବାହ କରିବେ ଅଭିନେତ୍ରୀ ଅମିଶା ପଟେଲ । ସାଜିବେ ପାକିସ୍ତାନର ବୋହୂ ! ଜଣେ ପାକିସ୍ତାନୀ ଅଭିନେତାଙ୍କୁ କରୁଛନ୍ତି ଡେଟ୍ । ଯାହାକୁ ନେଇ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ । ଉଭୟଙ୍କର ଅନେକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

Ameesha Patel

ସୂଚନା ଅନୁସାରେ ପାକିସ୍ତାନର ଲୋକପ୍ରିୟ ଅଭିନେତା ଇମ୍ରାନ୍ ଅବ୍ୱାସଙ୍କୁ ଡେଟ୍ କରୁଛନ୍ତି ଅମିଶା ପଟେଲ୍ । ଏହି ଖବର ଅନେକ ଫ୍ୟାନ୍ସଙ୍କୁ ଚକିତ କରିଛି । ତେବେ ପୂର୍ବରୁ ପାକିସ୍ତାନୀ ଅଭିନେତା ଇମ୍ରାନ୍ ଅବ୍ୱାସଙ୍କ ଚତୁର୍ଥ ବିବାହ ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ନିକଟରେ ଅଭିନେତାଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓ ସେୟାର କରିଥିଲେ ଅମିଶା ପଟେଲ । ସୋମବାର ଦିନ ଆୟୋଜିତ ଏକ ପୁରସ୍କାର କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଅମିଶା ଓ ଇମ୍ରାନ୍ ଅବ୍ୱାସଙ୍କ ପ୍ରଥମ ଥର ଇନଷ୍ଟାଗ୍ରାମରେ ଲାଇଭ୍ ମଧ୍ୟ କରିଥିଲେ । ଯେଉଁଥିରେ ଅମିଶା କହିଥିଲେ ଯେ ଅନେକ ସମୟରୁ ସେ ଇମ୍ରାନକୁ ଜାଣିଛନ୍ତି । ସେ ତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ । ଇମ୍ରାନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଅମିଶାଙ୍କ ସହ ଅନେକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ପରେ ଉଭୟଙ୍କର ଅଫେୟାର୍ ଖବର ବଲିଉଡରେ ଚର୍ଚ୍ଚାରେ ବିଷୟ ପାଲଟିଛି । ହେଲେ ଏ ପର୍ଯ୍ୟନ୍ତ ଉଭୟଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

Ameesha Patel

ତେବେ ଅମିଶା ନିଜ ଆଗାମୀ ଫିଲ୍ମ 'ଗଦର୍ ୨' ପାଇଁ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ତାଙ୍କୁ ପୁଣି ଥରେ ସନ୍ନି ଦେଓଲଙ୍କ ସହ ଦେଖିବା ପାଇଁ ମିଳିବ । ଅଭିନେତା ଇମ୍ରାନ୍ ଅବ୍ୱାସ ବିକ୍ରମ ଭଟ୍ଟଙ୍କ ଚଳଚ୍ଚିତ୍ର 'କିଏଚର୍ ୨' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+