ଏହି ଅଭିନେତାଙ୍କୁ ମୁକେଶ ଅମ୍ବାନୀ ଦେଲେ ୩୦ କୋଟିର ଉପହାର !
Anant Radhika Wedding: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଶେଷ ହୋଇଛି । ଏକ ଗ୍ରାଣ୍ଡ ବିବାହ ରିସେପ୍ସନ୍ ସହିତ ଏହି ଚର୍ଚ୍ଚିତ ୱେଡିଂ ଶେଷ ହୋଇଛି । କିନ୍ତୁ ଏହି ବିବାହକୁ ଆଲୋଚନାରେ ବ୍ରେକ୍ ଲାଗୁ ନାହିଁ । ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତଙ୍କ ବିବାହ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଲାଇମଲାଇଟରେ ରହିଛି ।
ଅନନ୍ତ-ରାଧିକାଙ୍କ ବିବାହରେ ଦେଶ ତଥା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ । ସେହିପରି ବଲିଉଡ ଷ୍ଟାରମାନଙ୍କର ଏହି ବିବାହରେ ମେଳା ଲାଗିଥିଲା । ବଲିଉଡ ଅଭିନେତା ମିଜାନ ଜାଫରି ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଗ୍ରାଣ୍ଡ ବିବାହର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା । ଦାବି କରାଯାଉଛି ଯେ ଅମ୍ବାନୀ ପରିବାର ତାଙ୍କୁ 30 କୋଟି ଟଙ୍କାର ଏକ ଉପହାର ଦେଇଛନ୍ତି । ଏହା ଆମେ ନୁହେଁ ବରଂ ଜଣେ ଅଭିନେତା ଦାବି କରିଛନ୍ତି ।
Kuch bhi !!!! 😄 https://t.co/Pu9A8kotCJ
— Jaaved Jaaferi (@jaavedjaaferi) July 14, 2024
ତେବେ ନିଜକୁ ଚଳଚ୍ଚିତ୍ର ସମାଲୋଚକ କହୁଥିବା କମଲ ରସିଦ ଖାନ ଯଥା KRK ଏପରି ଦାବି କରିଛନ୍ତି । ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି KRK । ଏପରିକି ତାଙ୍କୁ ଅନେକ ଥର ଟ୍ରୋଲର ଶିକାର ହେବା ପାଇଁ ପଡିଥାଏ । ଅନେକ ବଡ଼ ବଡ଼ ଷ୍ଚାରଙ୍କୁ ସେ ସମାଲୋଚନା କରିବା ପାଇଁ ପଛାନ୍ତି ନାହିଁ ।

ନିକଟରେ ଏକ୍ସରେ ଏକ ପୋଷ୍ଚ ସେୟାର କରି KRK ଦାବି କରିଛନ୍ତି ଯେ, ଅଭିନେତା ଜାଭେଦ୍ ଜାଫରିଙ୍କ ପୁଅ ମିଜାନ ଜାଭେଦ୍ ଜାଫରି, ମୁମ୍ବାଇ ବାନ୍ଦ୍ରା ସାନ୍ଧୁ ପ୍ୟାଲେସରେ ରହୁଛନ୍ତି। କାରଣ ମୁକେଶ ଅମ୍ବାନୀ ତାଙ୍କୁ 30 କୋଟି ଟଙ୍କା ମୂଲ୍ୟର ଆପାର୍ଟମେଣ୍ଟ ଉପହାର ଦେଇଛନ୍ତି। ବାସ୍ତବରେ, ମିଜାନ୍ ହିଁ ରାଧିକା ଏବଂ ଅନନ୍ତଙ୍କର ଭେଟ୍ କରାଇଥିଲେ । କିଛି ହୋଇପାରେ ।
KRKଙ୍କର ଏହି ପୋଷ୍ଟ ବିଷୟରେ ଅନେକ ଆଲୋଚନା ହେଉଛି । ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଅମ୍ବାନୀ ପ୍ରକୃତରେ ଏହିପରି କିଛି କରିଛନ୍ତି କି? କିନ୍ତୁ ମିଜାନଙ୍କ ପିତା ତଥା ଅଭିନେତା ଜାଭେଦ୍ ଜାଫରି ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସମସ୍ତ ପ୍ରକାର ଆଲୋଚନାରେ ବ୍ରେକ୍ ଲଗାଇଛନ୍ତି କରି। ସେ ଲେଖିଛନ୍ତି, କିଛି ବି...
ଜାଭେଡ ଜାଫରିଙ୍କ ପୁଅ ମିଜାନ ଜାଫରି ପାଞ୍ଚ ବର୍ଷ ପୂର୍ବେ ବଲିଉଡରେ ଡେବ୍ୟୁ କରିଥିଲେ। ସେ 2019 ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ମାଲାଲ' ସହିତ ଅଭିନେତା ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ 'ହଙ୍ଗାମା ୨'ରେ ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ତାଙ୍କୁ 'ୟାରିୟାଁ ୨'ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର 2023 ମସିହାରେ ମୁକ୍ତିଲାଭ କରିଥିଲା ।












Click it and Unblock the Notifications