ମୁଁ ଜଣେ VIP'କି?...ଜାଣନ୍ତୁ ତୈମୁର କରୀନାଙ୍କୁ ଏପରି ପ୍ରଶ୍ନ କାହିଁକି ପଚାରିଲେ

Kareena Kapoor On Son Taimur: କରୀନା କପୁର ହେଉଛନ୍ତି ବଲିଉଡର ଫେମସ୍ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । କରୀନା ତାଙ୍କ କ୍ୟାରିଅରରେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ସିନେମା ଇଣ୍ତଷ୍ଟ୍ରିକୁ ଭେଟି ଦେଇଛନ୍ତି ଏହା ସହ ସେ ନିଜର ବୃତ୍ତିଗତ ଜୀବନରେ ବହୁତ ସଫଳତା ହାସଲ କରିଛନ୍ତି । ସେହିପରି କରୀନା ତାଙ୍କ ବ୍ୟକ୍ତିଗତ ଜୀବନରେ ଜଣେ ଭଲ ପତ୍ନୀ ଏବଂ ମା'ମଧ୍ୟ ।

ଅଭିନେତ୍ରୀ କରୀନା ସୈଫ ଅଲି ଖାନଙ୍କୁ ବିବାହ କରିଛନ୍ତି ଏବଂ ଏହି ଦମ୍ପତିଙ୍କର ସାତ ବର୍ଷର ଏକ ପୁଅ ତୈମୁର ଏବଂ ଦୁଇ ବର୍ଷର ଜେହ ଅଛନ୍ତି । ନିଜ ପିତାମାତାଙ୍କ ପାଇଁ ତୈମୁର ଏବଂ ଜେହ ପ୍ରାୟତଃ ଲାଇମଲାଇଟରେ ରହିଥାନ୍ତି । ଯେତେବେଳେ ଏହି ଷ୍ଟାର୍ କିଡ୍ ତାଙ୍କ ପିତାମାତାଙ୍କ ସହିତ ବାହାରକୁ ବାହାରନ୍ତି, ସେତେବେଳେ ମିଡିଆ ସ୍ପଟ୍ ଲାଇଟ୍ ତାଙ୍କ ଉପରେ ଅଟକିଯାଇଥାଏ । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ କରୀନା ପ୍ରକାଶ କରିଛନ୍ତି ଯେ, ତୈମୁର ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସେ ଜଣେ VIP କି ?

Kareena Kapoor

ଫୋର୍ବସ୍ ଇଣ୍ଡିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ କରୀନା କପୁର ଖାନ ତାଙ୍କ ପୁଅ ତୈମୁର ଅଲି ଖାନଙ୍କ ପାପାରାଜି ଉପରେ ପ୍ରତିକ୍ରିୟା ବିଷୟରେ କହିଥିଲେ। ଅଭିନେତ୍ରୀ କହିଛନ୍ତି,ବର୍ତ୍ତମାନ ତୈମୁର ମିଡିଆକୁ ଅନେକ ଥର ଫେସ୍ କଲେଣି ହେଲେ ଏହା ତାଙ୍କ ପାଇଁ କଷ୍ଟସାଧ୍ୟ କାରଣ ମୁଁ ଯଦି ତାକୁ ଅର୍ଥାତ୍ ତୈମୁରଙ୍କୁ ମୁହଁ ଲୁଚାଇବା ପାଇଁ କହିବି, ବା ଏଟା କରନି, ସେଟା କରନି କହିବି ତାହା ହେଲେ ଏହା ଭୁଲ ହେବ । ସେଥି ପାଇଁ ମୁଁ ତାଙ୍କୁ ସବୁ ବେଳେ ସିଧା ଏବଂ ସତ କଥା କହି ବୁଝାଇବା ପାଇଁ ଚେଷ୍ଟା କରିଥାଏ । କରୀନା ତୈମୁରଙ୍କୁ କୁହନ୍ତି ଯେ, ତୁମ ମାତା ପିତାଙ୍କ ପାଇଁ ତୁମ ଫଟୋ ଉଠାଯାଉଛି, ତୁମ ମାତା ପିତା ଫେମସ୍ ହେଲେ ତୁମେ ନୁହେଁ ।

କରୀନା ଆହୁରି କହିଛନ୍ତି, 'ସେ ମୋତେ ପଚାରନ୍ତି, 'ମୁଁ ଜଣେ ଭିଆଇପି କି' ଯାହାର ଉତ୍ତରେ ଦେଇ ମୁଁ କହିଥିଲେ ନା'ତୁମେ ଭିଆଇପି ନୁହେଁ ବୋଧହୁଏ ତୁମର ପିତାମାତାଙ୍କ ପାଇଁ ତୁମେ ଚର୍ଚ୍ଚାରେ ରହୁଛ । କାରଣ କରୀନା ଚାହାନ୍ତି ତୈମୁର ତାଙ୍କ ନିଜ ଜୀବନରେ କିଛି ଏପରି କାର୍ଯ୍ୟ କରନ୍ତୁ ଯାହା ତାଙ୍କୁ ସଫଳତା ଦେଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+