ଗଣେଶଙ୍କ ମୂର୍ତ୍ତିରେ ଦେଖିବା ପାଇଁ ମିଳିଲା ଆଲ୍ଲୁ ଅର୍ଜୁନଙ୍କ ପୁଷ୍ପା କ୍ରେଜ୍ , ଦେଖନ୍ତୁ ଫଟୋ
Allu Arjun's Pushpa's Craze Was Also Visible On Ganesh Idols ଗଣେଶଙ୍କ ମୂର୍ତ୍ତିରେ ଦେଖିବା ପାଇଁ ମିଳିଲା ଆଲ୍ଲୁ ଅର୍ଜୁନଙ୍କ ପୁଷ୍ପା କ୍ରେଜ୍ , ଦେଖନ୍ତୁ ଫଟୋ
ମୁମ୍ବାଇ: ଆଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ 'ପୁଷ୍ପା ଦି ରାଇଜ୍' । ରିଲିଜ୍ ହେବା ପରେ ଦର୍ଶକଙ୍କୁ ପାଗଳ କରିଛି । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କ ଷ୍ଟାଇଲକୁ ବେଶ୍ ପସନ୍ଦ କରିଥିଲେ ଫ୍ୟାନ୍ସ । ତାଙ୍କ କଥାବାର୍ତ୍ତା ଶୈଳୀ ଠାରୁ ଆରମ୍ଭ କରି ତାଙ୍କ ଡ୍ୟାନ୍ସ ଷ୍ଟାଇଲକୁ କପି କରିଥିଲେ ଅନେକ ପ୍ରଶଂସକ । କେବେଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଦେଖିବା ପାଇଁ ମିଳିଥିଲା ଫିଲ୍ମ ପୁଷ୍ପାର କ୍ରେଜ୍ ।

#Pushpa - Vinayaka 🙏#AlluArjun𓃵 @alluarjun @PushpaMovie pic.twitter.com/JqnaACH8Qi
— Thyview (@Thyview) August 30, 2022
ଏବେ ବି ପୁଷ୍ପା ଡ୍ରେଣ୍ତ୍ ଲାଗିରହିଛି । ପୁଷ୍ପା ଦି ରାଇଜ୍ ପାଇଁ ପ୍ରଶଂସକଙ୍କ କ୍ରେଜ୍ ଶେଷ ହେଉନାହିଁ । ଏହି କ୍ରେଜ୍ ଏବେ ବପ୍ପାଙ୍କ ମୂର୍ତ୍ତିରେ ମଧ୍ୟ ଦେଖିବା ପାଇଁ ମିଳିଛି । ପୁଷ୍ପା ରାଜ୍ ଷ୍ଟାଇଲରେ ଭଗବାନ ଗଣେଶଙ୍କ ମୂର୍ତ୍ତିର ଏବେ ଏଣ୍ଟ୍ରି ହୋଇଛି ।
PushpaRaj madness 🔥🙏#GaneshChaturthi 🤩@alluarjun #PushpaTheRule pic.twitter.com/yF0ZZYxtAU
— TotallyAlluArjun (@TeamTAFC) August 30, 2022
ରାତି ପାହିଲେ ସାରା ଦେଶ ପାଳନ କରିବ ଗଣେଶ ପୂଜା । ସବୁଠି ଏବେ ବପ୍ପାଙ୍କର ସୁନ୍ଦର ସୁନ୍ଦର ମୂର୍ତ୍ତି ଦେଖିବା ପାଇଁ ମିଳୁଛି ହେଲେ ଏବେ ସବୁଠୁ ଚର୍ଚ୍ଚାରେ ରହିଛି ପୁଷ୍ପା ଷ୍ଟାଇଲ୍ ରେ ପ୍ରସ୍ତୁତ ବପ୍ପାଙ୍କ ମୂର୍ତ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ ଓ ଭିଡିଓ । ଗଣପତି ମହୋତ୍ସବରେ ଜନସାଧାରଣଙ୍କ ମଧ୍ୟରେ ସବୁଠାରୁ ଅଧିକ ଉତ୍ସାହ ଦେଖିବା ପାଇଁ ମିଳିଥାଏ । ଚଳିତ ବର୍ଷ ପୁଷ୍ପା ରାଜ ଶୈଳୀରେ ପ୍ରତିମା ପ୍ରସ୍ତୁତ କରାଯାଉଛି । ସୋସିଆଲ ମିଡିଆରେ ଅନେକ ଭଡିଓ ଏବେ ଦେଖିବା ପାଇଁ ମିଳୁଛି । ଭଗବାନ ଗଣେଶଙ୍କ ପୁଷ୍ପା ଷ୍ଟାଇଲକୁ ଲୋକେ ମଧ୍ୟ ପସନ୍ଦ କରୁଛନ୍ତି ।
#AlluArjun craze 🔥
While the people welcome Lord Ganesha at their place this time the idols arrived in #PushpaRaj style.#PushpaTheRule #AlluArjun𓃵@alluarjun pic.twitter.com/OB6QIdocXC
— Sarath Kv (@SarathK12319725) August 30, 2022












Click it and Unblock the Notifications