Pushpa 2 Leaked: ରିଲିଜ୍ ପୂର୍ବରୁ ଲିକ୍ ହେଲା 'Pushpa 2' କ୍ଲାଇମାକ୍ସ ସିନ୍
Pushpa 2 Leaked: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ବର୍ତ୍ତମାନ ଚଳଚ୍ଚିତ୍ରର ପାର୍ଟ ୨ ମଧ୍ୟ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ହେଲେ ରିଲିଜ୍ ପୂର୍ବରୁ ଫିଲ୍ମର କ୍ଲାଇମାକ୍ସ ଭିଡିଓ ସୋସିଆଲ ମିଡିଆରେ ଲିକ୍ ହୋଇଯାଇଛି । ସୁକୁମାରଙ୍କ ନିର୍ଦ୍ଦେଶିତ ପୁଷ୍ପା ୨ ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଏହାର ରିଲିଜ୍ ତାରିଖ ଡିସେମ୍ବର ୬କୁ ବୃଦ୍ଧି କରାଯାଇଛି । ହେଲେ ଫିଲ୍ମ ସେଟରୁ ଏକ ଭଡିଓ ଲିକ୍ ହୋଇଯାଇଛି ।

ଗୋଟିଏ ପଟେ ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଫିଲ୍ମର କ୍ଲାଇମାକ୍ସ ଲିକ୍ ହେବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଏହି କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହା ଫିଲ୍ମର କ୍ଲାଇମାକ୍ସ ସିନ୍ । ହେଲେ ଏହି ଭିଡିଓରେ ଆଲୁ ଅର୍ଜୁନଙ୍କୁ କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ ।
ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ କରିଛି । ଏନେଇ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି, ଏହି ଭିଡିଓକୁ ଯଥାଶୀଘ୍ର ଡିଲେଟ୍ କରନ୍ତୁ । ଫିଲ୍ମର କ୍ଲାଇମାକ୍ସ ଦୃଶ୍ୟ ଲିକ୍ କରିବା ଅତ୍ୟନ୍ତ ଭୁଲ୍ । ପୂର୍ବରୁ ଏହି ଚଳଚ୍ଚିତ୍ର 15 ଅଗଷ୍ଟରେ ରିଲିଜ ହେବାର ଥିଲା । ହେଲେ ବର୍ତ୍ତମାନ ଫିଲ୍ମ 6 ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି।












Click it and Unblock the Notifications