Pushpa 2 Teaser Out: ରିଲିଜ୍ ହେଲା ଫିଲ୍ମ ପୁଷ୍ପା-୨ର ଟିଜର୍

Pushpa 2 Teaser Out: ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ ଆଜି ନିଜ ଜନ୍ମ ଦିନ ସେଲିବ୍ରେଟ୍ କରୁଛନ୍ତି । ଏହି ଅବସରରେ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା -2: ଦ ରୁଲ୍'ର ନିର୍ମାତା ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି, ଆଜି ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ଟିଜରରେ ଆଲ୍ଲୁ ଅର୍ଜୁନଙ୍କର ଏକ ଭିନ୍ନ ଏବଂ ଧମାକେଦାର ଲୁକ୍ ଦେଖିବା ଦେଖିବା ପାଇଁ ମିଳୁଛି । ଏହି ଫିଲ୍ମରେ ଆଲ୍ଲୁ ପୁଷ୍ପା ରାଜ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମତୁଆଲା କରୁଛି ।

Pushpa 2 Teaser Out

ପ୍ରସିଦ୍ଧ ସାଉଥ୍ ତାରକା ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨ର ଟିଜର ରିଲିଜ୍ ହୋଇଯାଇଛି । ରିଲିଜ୍ ହେବା ମାତ୍ରେ ଟିଜର ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି । ଟିଜରରେ ଅଭିନେତାଙ୍କ ଲୁକ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଟିଜର ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି ।

ଟିଜରରେ ଅଭିନେତା ମୁହଁରେ ରଙ୍ଗ ମାରିବା ସହ ଶାଢୀ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ଏହାସହ ସେ ଶାଢ଼ୀର ଫାଇଟ୍ କରୁଥିବାର ନଜର ଆସୁଛନ୍ତି, ଯାହା ଟିଜରରେ ଚାର ଚାନ୍ଦ ଲଗାଇଛି । ସେହପରି ଆଉ ଏକ ଦୃଶ୍ୟରେ ଅଭିନେତା ହାତରେ ଏକ ତ୍ରିଶୁଳ ଧରି ଲୋକଙ୍କ ଗହଣରେ ଛିଡା ହୋଇଥିବାର ନଜର ଆସୁଛନ୍ତି ।

ପୁଷ୍ପା ପାର୍ଟ ୱାନର ରିଲିଜର ପ୍ରାୟ ଅଢେଇ ବର୍ଷ ପରେ ପୁଷ୍ପା-୨ର ଟିଜର୍ ରିଜିଲ୍ ହୋଇଛି । ୧୭ ମିନିଟର ଏହି ଟିଜର ରିଲିଜ୍ ହେବାର ୩୦ ମିନିଟ୍ ମଧ୍ୟରେ ପ୍ରାୟ ୧୧ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି । ତେବେ ଆଗଷ୍ଟ ୧୫ରେ ପୁଷ୍ପା-୨ ପ୍ରେକ୍ଷାଳୟରେ ରିଲିଜ୍ ହେବା ନେଇ ସୂଚନା ରହିଛି ।

ଟିଜର୍ ରିଲିଜ୍ ହେବାର କିଛି ଦିନ ପୂର୍ବରୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା-୨ରୁ ଏକ ଜବରଦସ୍ତ ପୋଷ୍ଟର ରିଲିଜ୍ ହୋଇଥିଲା । ଏଥର ଖୁବ୍ ଭିନ୍ନ ରହିଛି ଆଲ୍ଲୁ ଅର୍ଜୁନ ଏବଂ ରଶ୍ମିକାଙ୍କ ଲୁକ୍ ଏବେ ଦେଖିବା ବାକି ରହିଲା ଫିଲ୍ମକୁ ଦର୍ଶକଙ୍କର କେତେ ଭଲ ପାଇବା ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+