ରିଲିଜ୍ ହେଲା ଫିଲ୍ମ 'ପୁଷ୍ପା ୨', ପ୍ରଥମ ଦିନରେ କରୁଛି ବକ୍ସ ଅଫିସରେ ରାଜ୍
Pushpa 2: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହେଉଛି ଆଲୁ ଅର୍ଜୁନଙ୍କ ଅଭିନୀତ 'ପୁଷ୍ପା ୨' । ଆକ୍ସନ୍ ଡ୍ରାମାରେ ଭରପୁର ଏହି ଦମଦାର ସିନେମା ଆଜି ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି । ଚଳଚ୍ଚିତ୍ରଟି ରିଲିଜ୍ ପୂର୍ବରୁ ହିଁ ବେଶ ଲୋକପ୍ରିୟତା ଦେଖିବା ପାଇଁ ମିଳିଥିଲା ।ଏପରିକି ଜବରଦସ୍ତ ଆଡଭାନ୍ସ ବୁକିଂ ମଧ୍ୟ ହୋଇଛି । ଅନେକ ବଡ଼ ବଡ଼ ଅଭିନେତାଙ୍କ ଫିଲ୍ମର ରେକର୍ଡ ବ୍ରେକ୍ କରିଛି ଏହି ଫିଲ୍ମ ।

'ପୁଷ୍ପା ୨' ରିଲିଜ୍ ହେବାର ପ୍ରଥମ ଦିନ ପାଇଁ ବମ୍ପର ଆଡଭାନ୍ସ ବୁକିଂ ହୋଇଥିଲା । 'ପୁଷ୍ପା ୨'ସିନେମା ବକ୍ସଅଫିସରେ ନୂଆ ଇତିହାସ ରଚିବା ପାଇଁ ଯାଉଛି । ଆଲୁ ଅର୍ଜୁନ ଷ୍ଟାରର ଫିଲ୍ମ ପାଇଁ ଏତେ ବଡ଼ ପ୍ରି-ଟିକେଟ୍ ବିକ୍ରି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଡଭାନ୍ସ ବୁକିଂ ଦୃଷ୍ଟିରୁ ଏହି ଫିଲ୍ମ ଘରୋଇ ବକ୍ସଅଫିସରେ କେବଳ 100 କୋଟି ଟଙ୍କାର ଆୟ କରିଛି ।
ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ 'ପୁଷ୍ପା 2'ର 31 ଲକ୍ଷ 76 ହଜାର 479 ଟିକେଟ୍ ବିକ୍ରି ହୋଇଛି ଏବଂ ପ୍ରଥମ ଦିନରେ 91.24 କୋଟି ଟଙ୍କା ସଂଗ୍ରହ କରିଛି । କିଛି ଗଣମାଧ୍ୟ ରିପୋର୍ଟ ଅନୁସାରେ, ପୁଷ୍ପା ୨ ତେଲେଙ୍ଗାନାରେ ସର୍ବାଧିକ 22 କୋଟିରୁ ଅଧିକ ଆୟ ହୋଇଛି । ଏହା ପରେ ଆନ୍ଧ୍ରପ୍ରଦେଶ 22 କୋଟିରୁ ଅଧିକ । କର୍ଣ୍ଣାଟକରେ 10 କୋଟିରୁ ଅଧିକ, ମହାରାଷ୍ଟ୍ରରେ 9.5 କୋଟିରୁ ଅଧିକ । ସେହିପରି ତାମିଲନାଡୁରେ ପ୍ରାୟ 5କୋଟିରୁ ଅଧିକ ଆୟ ହୋଇଛି , ଦିଲ୍ଲୀ 4.5 କୋଟିର ଆୟ କରିଛି ଫିଲ୍ମ ପୁଷ୍ପା । ପ୍ରଥମ ଦିନରେ ଫିଲ୍ମ ପୁଷ୍ପା ସାରା ବିଶ୍ୱରେ ପ୍ରାୟ 250 କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି ।












Click it and Unblock the Notifications