ରିଲିଜର କିଛି ସମୟ ମଧ୍ୟରେ ଅନଲାଇନ୍ ଲିକ୍ ହେଲା 'ପୁଷ୍ପା-୨'
Allu Arjun's Film Pushpa 2 Online Leak: ରିଲିଜ୍ ପରେ ବକ୍ସଅଫିସରେ ଧମାଲ୍ କରୁଛି ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨' । ଏହି ଚଳଚ୍ଚିତ୍ରଟି ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା ଏବଂ ଆଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ମିଳୁଛି । ପୁଷ୍ପାର ପାର୍ଟ ୱାନ୍ ରିଲିଜ୍ ହେବାର ତିନି ବର୍ଷ ପରେ ଥିଏଟରରେ ଆଲୁ ଅର୍ଜୁନଙ୍କ ପୁଷ୍ପା ୨ ଦେଖିବା ପାଇଁ ସିନେମା ଘରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ଫିଲ୍ମର ଆଡଭାନ୍ସ ବୁକିଂ ବକ୍ସଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି ।

ପୁଷ୍ପା ୨ ପ୍ରେକ୍ଷାଳୟରେ ରିଲିଜ୍ ହେବାର କିଛି ସମୟ ପରେ ହିଁ ମେକର୍ସଙ୍କୁ ଲାଗୁଛି ଝଟକା । ଜାତୀୟ ଗଣମାଧ୍ୟ ରିପୋର୍ଟ ଅନୁସାରେ, ପୁଷ୍ପା-୨ ଅନଲାଇନ୍ ଲିକ୍ ହୋଇଛି ଯାଇଛି । ପ୍ରଶଂସକଙ୍କ ମଧ୍ୟରେ ପୁଷ୍ପା-୨କୁ ନେଇ ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳିଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୨୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।
ବାସ୍ତବରେ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ HD ପ୍ରିଣ୍ଟରେ ଅନଲାଇନରେ ଲିକ୍ ହୋଇଯାଇଛି । ନ୍ୟୁଜ୍ 18 ରିପୋର୍ଟ ଅନୁଯାୟୀ, ଆଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା 2 ଇବୋମା, ମୋଭିରୁଲଜ୍, ତାମିଲରକର୍ସ, ଫିଲ୍ମିଜିଲା ପରି ୱେବସାଇଟରେ ଉପଲବ୍ଧ । ଏହି ୱେବସାଇଟରେ ମାଗଣାରେ ଫିଲ୍ମ ପୁଷ୍ପା ରିଲିଜ୍ କରି ପାରିବେ ଦର୍ଶକ । ସେହପରି ଅନେକ ଲୋକ ଏହାକୁ ଡାଉନଲୋଡ କରିଥିବା ମଧ୍ୟ ଦାବି କରାଯାଉଛି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦନାଙ୍କ ଫିଲ୍ମ । ଆଲ୍ଲୁ ଅର୍ଜୁନଙ୍କ ଅଭିନୟ ଜିଣୁଛି ଦର୍ଶକଙ୍କ ମନ । ଆଜି ଗୁରୁବାର ସତ୍ତ୍ୱେ ସିନେମା ଘରେ ଲୋକଙ୍କ ଲାଗିଛି ଭିଡ଼ । ଏପରିକି କେହି କେହି ଅଫିସରୁ ଛୁଟି ନେଇ ଆଲ୍ଲୁ ଅର୍ଜୁଙ୍କ ଫିଲ୍ମ ଦେଖିବା ପାଇଁ ମଧ୍ୟ ଥିଏଟରରେ ପହଞ୍ଚିଛନ୍ତି । ଆଜି ପ୍ରଥମ ଦିନରେ ହିଁ ଫିଲ୍ମକୁ ଏକ ସଫଳତା ମିଳିବା ପାଇଁ ଯାଉଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications