ଆଲ୍ଲୁ ଅର୍ଜୁନଙ୍କ କ୍ରେଜ୍, ରିଲିଜର ଅଷ୍ଟମ ଦିନରେ ଟ୍ରେଣ୍ତରେ ପୁଷ୍ପା-୨
Pushpa-2: ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦନାଙ୍କ ଫିଲ୍ମ'ପୁଷ୍ପା ୨' ରିଲିଜ ହେବା ପରେ ସାରା ଦେଶରେ ଚହଳ ସୃଷ୍ଟି କରିଛି । ପୁରା ସପ୍ତାହ ଫିଲ୍ମଟି ବକ୍ସି ଅଫିସରେ ରାଜ କରୁଛି । ଲଗାତାର ଫିଲ୍ମର କ୍ରେଜ୍ ବଢିବା ସହ ସିନେମା ଘରେ ଲୋକଙ୍କ ଭିଡ଼ ବଢିବାରେ ଲାଗିଛି ।ରିଲିଜ୍ ହେବାର ସାତ ଦିନ ହୋଇ ଗଲାଣି ହେଲେ ଏବେ କମୁନି ପୁଷ୍ପା-୨ର ଫିବର୍ । ଏହି ଚଳଚ୍ଚିତ୍ରଟି ଗୋଟିଏ ପରେ ଗୋଟିଏ ଭାରତୀୟ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବାରେ ଲାଗିଛି ।
ରିପୋର୍ଟ ଅନୁସାରେ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆଲୁ ଅର୍ଜୁନଙ୍କ ଫିଲ୍ମ ପ୍ରାୟ ୭୦୦ କୋଟିରୁ ଅଧିକ ଆୟ କରି ସାରିଥିଲା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ହିଁ ୧୦.୬୫ କୋଟି ଟଙ୍କାର ବ୍ୟବସାୟ କରି ସାରିଥିଲା । ତେବେ ଆଜି ଅଷ୍ଟମ ଦିନ ଶେଷ ହେବା ପରେ ଫିଲ୍ମର ଆୟରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ ।

ପୁଷ୍ପା-୨ ରିଲିଜର ଅଷ୍ଟମ ଦିନରେ ବକ୍ସ ଅଫିସରେ ପ୍ରାୟ ୭୦୦ କୋଟିରୁ ଅଧିକ ଆୟ କରି ସାରିଲାଣି । ଏହା କେବଳ ଅଧା ଦିନର ରିପୋର୍ଟ । RRR ଏବଂ KGF 2, ଯାହା ରିଲିଜ୍ ହେବାର ୧୮ ଦିନରେ ୭୦୦ କୋଟି ଟଙ୍କା ମାର୍କ ଅତିକ୍ରମ କରିଥିଲା । ବର୍ତ୍ତମାନ ପୁଷ୍ପା-୨ ଏହି ସଂଖ୍ୟାକୁ ମାତ୍ର ୮ ଦିନରେ ଅତିକ୍ରମ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପୁଷ୍ପା-୨ର ବଜେଟ୍ ୫୦୦ କୋଟି ଟଙ୍କା ଥିଲା ।
ଏହି ସିନେମାରେ ଆଲ୍ଲୁ ଅର୍ଜୁନଙ୍କ ଅଭିନୟର ବେଶ ପ୍ରଶଂସା କରାଯାଉଛି । ସେହିପରି ରଶ୍ମିକାଙ୍କ ବୋଲ୍ଡ ଡ୍ୟାନ୍ସ ଏବଂ ଦେଶୀ ଷ୍ଚାଇଲ୍ ସିନେମାରେ ଚାରଚାନ୍ଦ ଲଗାଇଛି । ଏବେ ଦେଖିବା ବାକି ରହିଲା ସପ୍ତାହ ଶେଷ ଅର୍ଥାତ୍ ୱିକେଣ୍ତରେ କିପରି ରହିବ ଏହି ଫିଲ୍ମର କ୍ରେଜ୍ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications