ପ୍ରସିଦ୍ଧ ମ୍ୟାଡାମ୍ ତୁସାଦ ମ୍ୟୁଜିୟମରେ ସାଉଥ୍ ସୁପରଷ୍ଚାର ଆଲ୍ଲୁ ଅର୍ଜୁନ
Allu Arjun Wax Statue: ସାଉଥ୍ ସୁପରଷ୍ଚାର ତଥା ନ୍ୟାସନାଲ ଆୱାର୍ଡ ବିଜେତା ଆଲ୍ଲୁ ଅର୍ଜୁନ ଅନେକ ପ୍ରଶଂସକଙ୍କ ମନରେ କରନ୍ତି ରାଜ । ନିଜ ଅଭିନୟ ଏବଂ ଅନ୍ଦାଜରେ ସେ ସମସ୍ତଙ୍କୁ ପ୍ରଭାବିତ କରନ୍ତି । ଆଲ୍ଲୁ ଅର୍ଜୁନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ବର୍ତ୍ତମାନ ଲାଇମ୍ ଲାଇଟରେ ଅଛନ୍ତି ଏବଂ ଏହା ଖୁବ୍ ଶୀଘ୍ର ରିଲିଜ୍ ହେବା ଅପେକ୍ଷାରେ । ଫ୍ୟାନ୍ସ ମଧ୍ୟ ବେସ୍ ଉତ୍ସାହରେ ଏହି ସିନେମା ଅପେକ୍ଷାରେ ଅଛନ୍ତି ।
ତେବେ ଆଗକୁ ରହିଛି ଆଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିନ, ହେଲେ ବର୍ତ୍ତମାନଠୁ ହିଁ ତାଙ୍କୁ ଉପହାର ମିଳିବା ଆରମ୍ଭ ହୋଇଯାଇଛି । ୮ ଏପ୍ରିଲରେ ଅଭିନେତା ନିଜ ଜନ୍ମଦିନ ପାଳନ କରିବେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏକ ବହୁମୂଲ୍ୟ ଉପହାର ମିଳିଛି । ବାସ୍ତବରେ ଦୁବାଇର ମ୍ୟାଡାମ୍ ତୁସାଡ୍ ମ୍ୟୁଜିୟମରେ ଆଲୁ ଅର୍ଜୁନଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଏହା ମାର୍ଚ୍ଚ ୨୮ରେଉନମୋଚନ କରାଯାଇଛି ।

ଯାହାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜ ମହମ ପ୍ରତିମୂର୍ତ୍ତି ସହ ଅଭିନେତା ପୋଜ୍ ଦେଉଥିବାର ଦେଖିବା ପାଇଁ ମିଳୁଛି ଏବଂ ସାଥିରେ ତାଙ୍କ ଝିଅ ମଧ୍ୟ ନଜର ଆସୁଛନ୍ତି ।
ତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସମୟରେ ଆଲ୍ଲୁ ଅର୍ଜୁନ ମଧ୍ୟ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଖାସ୍ କଥା ହେଲେ ଅଭିନେତା ନିଜ ପ୍ରତିମୂର୍ତ୍ତି ସହିତ ସମାନ ପୋଷାକ ପିନ୍ଧି ପୋଜ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଏହି ଇଭେଣ୍ଟରେ ଆଲ୍ଲୁ ଅର୍ଜୁନ ନାଲି ରଙ୍ଗର ବ୍ଲେଜର ସହ ଧଳା ସର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ, ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସମାନ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଅଭିନେତା ଗଣମାଧ୍ୟମକୁ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୮ ମାର୍ଚ୍ଚରେ ସିନେମା ଇଣ୍ତଷ୍ଟ୍ରିରେ ଆଲ୍ଲୁ ଅର୍ଜୁନଙ୍କର ୨୧ ବର୍ଷ ପୂରଣ ହୋଇଯାଇଛି । ଏହି ଖାସ ଅବସରରେ ତାଙ୍କୁ ଏହି ସୁନ୍ଦର ଉପହାର ମିଳିଛି । ସେହିପରି ଏବେ ଅଭିନେତା ନିଜ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତି ଅଛନ୍ତି ଯାହା ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ସିନେମାର ପ୍ରଥମ ପାର୍ଟ ଦର୍ଶକଙ୍କୁ ଖୁବ୍ ଇମପ୍ରେସ୍ କରିଥିଲା । ଯେଉଁ ଏବେ ପୁଷ୍ପାର ପାର୍ଟ-2 ଅପେକ୍ଷାରେ ଫ୍ୟାନ୍ସ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications