Get Updates
Get notified of breaking news, exclusive insights, and must-see stories!

ହଲିଉଡ୍‌ରେ ଆଲ୍ଲୁ ଅର୍ଜୁନଙ୍କ ଏଣ୍ଟ୍ରି ! ଏହି ଫିଲ୍ମରେ ଆସିପାରନ୍ତି ନଜର

Allu Arjun To Make His Hollywood Debut In Marvelହଲିଉଡ୍‌ରେ ଆଲ୍ଲୁ ଅର୍ଜୁନଙ୍କ ଏଣ୍ଟ୍ରି ! ଏହି ଫିଲ୍ମରେ ଆସିପାରନ୍ତି ନଜର

ମୁମ୍ବାଇ:ଦିନକୁ ଦିନ ସାଉଥ୍ ଫିଲ୍ମର ଚାହିଦା ବଢିବାରେ ଲାଗିଛି । ଏହା ସହ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଅଭିନେତାଙ୍କ କ୍ରେଜ୍ ଏବେ ଦେଶବିଦେଶରେ ଦେଖିବା ପାଇଁ ମିଳୁଛି । ଧିରେ ଧିରେ ହଲିଉଡ ମୁହାଁ ହେଲେଣି ସାଉଥ୍ ସୁପରଷ୍ଟାର । ନିକଟରେ ହଲିଉଡରେ ଦେଖିବା ପାଇଁ ମିଳିଥିଲା ଧନୁଷଙ୍କ ଜଲୱା । ଏହା ପରେ ଆଉ ଏକ ଷ୍ଟାରଙ୍କ ହଲିଉଡ ଏଣ୍ଟ୍ରିକୁ ନେଇ ଚର୍ଚ୍ଚାରେ ହେବା ଆରମ୍ଭ ହୋଇଛି । ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ କରିପାରନ୍ତି ହଲିଉଡରେ ଡେବ୍ୟୁ । ଫିଲ୍ମ 'ପୁଷ୍ପା'ର ସଫଳତା ପରେ ଅଭିନେତାଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ବଢିଯାଇଛି । ଫିଲ୍ମରେ ଦକ୍ଷ ଅଭିନୟ ଏବଂ ଲୁକ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି ଆଲ୍ଲୁ ଅର୍ଜୁନ ।

a

ସୂଚନା ଅନୁସାରେ ଆଲ୍ଲୁ ଅର୍ଜୁନ ସୁପହ ହିରୋ ଫ୍ରାନଚାଇସି ସହ ଲଗାତାକ ମିଟିଂ କରୁଛନ୍ତି । ମାର୍ବଲ ବା ଡିସିରେ କରିପାରନ୍ତି ଏଣ୍ଟ୍ରି। ଖବର ଅନୁଯାୟୀ,ନ୍ୟୁୟର୍କର ଇଣ୍ଡିଆ ଡେ ପ୍ୟାରେଡରେ ଅଲୁ ଅର୍ଜୁନ ଅନେକ ବଡ଼ କଳାକାରଙ୍କୁ ଭେଟିଛନ୍ତି । ପୁଷ୍ପାର ସଫଳତା ପରେ ଏବେ ଆଲ୍ଲୁ ଅର୍ଜୁନଙ୍କ ହାତରେ ଏବେ ଅନେକ ଫିଲ୍ମ ଅଫର ରହିଛି ।

ନିକଟରେ ଫରହାନ ଅଖତର ଏମସିୟୁରେ ଡେବ୍ୟୁ କରିଛନ୍ତି । ସେ ୱେବ୍ ସିରିଜ୍ 'ମିସ୍ ମାର୍ଭେଲ୍'ରେ ଅଭିନୟ କରିଛନ୍ତି । ଶାହାରୁଖ ଖାନ ମଧ୍ୟ ସିନେମାଟିକ୍ ୟୁନିଭର୍ସରେ ପ୍ରବେଶ କରିଛନ୍ତି। ଏହି ୱେବ୍ ସିରିଜରେ ତାଙ୍କ ନାଁ ମଧ୍ୟ ଦେଖିବା ପାଇଁ ମିଳିଛି । ସୁପରହିରୋସ ବିଷୟରେ କହିବାକୁ ଗଲେ ଧନୁଷ କିଛି ଦିନ ଫିଲ୍ମ 'ଦ ଗ୍ରେ ମ୍ୟାନ୍'ରେ ନଜର ଆସିଥିଲେ । ସେହିପରି ଆଲିଆ ଭଟ୍ଟ ମଧ୍ୟ ହଲିଉଡ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ'ରେ ନଜର ଆସିବେ ନିକଟରେ ଆଲିଆ ସୁଟିଂ ଶେଷ କରି ଭାରତ ଫେରିଛନ୍ତି ।

s

ସେପଟେ ଆଲୁ ଅର୍ଜୁନ ଫିଲ୍ମ 'ପୁଷ୍ପା: ଦି ରୁଲ୍‌'ର ସୁଟିଂ ମଧ୍ୟ ଖୁବ ଶିଘ୍ର ଆରମ୍ଭ ହେବା ପାଇଁ ଯାଉଛି । ନିର୍ମାତାମାନେ ଏପର୍ଯ୍ୟନ୍ତ 'ପୁଷ୍ପା: ଦି ରୁଲ୍‌'ର ରିଲିଜ୍ ତାରିଖ ଘୋଷଣା କରି ନାହାଁନ୍ତି ହେଲେ ରିପୋର୍ଟ ଅନୁସାରେ ନିର୍ମାତା ଏହି ଫିଲ୍ମ ଅଗଷ୍ଟ ୨୦୨୩ ସୁଦ୍ଧା ରିଲିଜ୍ କରିପାରନ୍ତି ।

x
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+