Superstar Allu Arjun Case: ୧୪ ଦିନ ଜେଲରେ ରହିବେ ଆଲ୍ଲୁ ଅର୍ଜୁନ
Superstar Allu Arjun Case: ପୁଷ୍ପା-2 ସ୍କ୍ରିନଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲେ । ଯେଉଁଥି ପାଇଁ ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ସମେତ ତାଙ୍କ ବର୍ଡିଗାର୍ଡକୁ ମଧ୍ୟ ଗିରଫ କରାଯାଇଛି । ଯାହା ପରେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ବର୍ତ୍ତମାନ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଆଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ଭାରତ ରାଷ୍ଟ୍ର ସମିତିର କେ.ଟି ରାମା ରାଓ (KTR) ପୁଷ୍ପା ଅଭିନେତାଙ୍କୁ ସମର୍ଥନ କରି ଲେଖିଛନ୍ତି, ଶାସନ କରୁଥିବା ଲୋକଙ୍କ ଅସୁରକ୍ଷିତତାର ଶିଖର ଏହା। ସେ ଲେଖିଛନ୍ତି, ମୁଁ ମୃତ ମହିଳାଙ୍କ ପରିବାର ପ୍ରତି ସହାନୁଭୂତି ଦେଖାଉଛି କିନ୍ତୁ ରାଜ୍ୟ ସରକାରଙ୍କ 'ଅତ୍ୟାଚାର' କୁ ନିନ୍ଦା କରୁଛି। ଆଲୁ ଅର୍ଜୁନଙ୍କ ପରିବାରକୁ ଭେଟିବା ପାଇଁ ଅଭିନେତା ପୱନ କଲ୍ୟାଣ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ସୁପରଷ୍ଟାର ଚିରଞ୍ଜୀବୀ ପୁଷ୍ପା ୨ ଅଭିନେତାଙ୍କ ପରିବାର ସହିତ ହାଇଦ୍ରାବାଦରେ ଅଛନ୍ତି।












Click it and Unblock the Notifications