ଆରମ୍ଭ ହେଲେ 'ପୁଷ୍ପା-୨' ଶୁଟିଂ, ଦେଖନ୍ତୁ ଆଲ୍ଲୁ ଅର୍ଜୁନଙ୍କ ଦମଦାର ଫଟୋ

ଆରମ୍ଭ ହେଲେ 'ପୁଷ୍ପା-୨' ଶୁଟିଂ, ଦେଖନ୍ତୁ ଆଲ୍ଲୁ ଅର୍ଜୁନଙ୍କ ଦମଦାର ଫଟୋ

ମୁମ୍ବାଇ: ଆରମ୍ଭ ହେଲେ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ 'ପୁଷ୍ପା-୨'ର ଶୁଟିଂ । ଏହି ଖବର ହିଁ ସିନେପ୍ରେମୀଙ୍କୁ ଉତ୍ସାହିତ କରୁଛି । ସୋସିଆଲି ମିଡିଆରେ ଲଗାତାର ଆଲ୍ଲୁ ଅର୍ଜୁନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ସୁନ୍ଦର କେମେଣ୍ଟ ସହ ଦର୍ଶକଙ୍କ ଲାଇକ୍ ହିଁ ବଖାଣୁଛି ଚଳଚ୍ଚିତ୍ରର ସଫଳତା । ଆଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । ପ୍ରତ୍ୟକ ଶ୍ରେଣୀର ସିନେପ୍ରେମୀଙ୍କର ମନ ଜିଣିଥିଲା ଏହି ଫିଲ୍ମଟି । ସେଥି ପାଇଁ ତ ବେଶ୍ ଉତ୍ସାହର ସହ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି ଦର୍ଶକ ।

ସୂଚନା ଅନୁସାରେ, 'ପୁଷ୍ପା ୨'ର ସୁଟିଂ ଏହି ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଏଥି ସହିତ ଫିଲ୍ମର ସୁଟିଂ ସମୟରେ ଆଲୁ ଅର୍ଜୁନଙ୍କର ଧମଦାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଫିଲ୍ମର ସିନେମାଟୋଗ୍ରାଫର ମିରୋସଲା କୁବା ବ୍ରୋଜେକ ସୋସିଆଲ ମିଡିଆ ଆକାଉଣ୍ଟରେ ଅଲ୍ଲୁ ଅର୍ଜୁନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅଭିନେତାଙ୍କ ଲୁକକୁ ଫ୍ୟାନ୍ସ ବେଶ୍ ପ୍ରଶଂସା କରୁଛନ୍ତି ।

Allu Arjun

ଅଲ୍ଲୁ ଅର୍ଜୁନଙ୍କ ପ୍ରଥମ ଲୁକ୍

ଫିଲ୍ମର ସିନେମାଟୋଗ୍ରାଫର କୁବା ବ୍ରୋଜେକ୍ ଅଲ୍ଲୁ ଅର୍ଜୁନଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବ୍ରୋଜେକ୍ 'ପୁଷ୍ପା: ଦି ରୁଲ୍ ସେଟ୍‌ରେ ଅଲ୍ଲୁ ଅର୍ଜୁନଙ୍କୁ କିଛି ବୁଝାଉଥିବାର ଏବଂ ଅଭିନେତା ଖୁବ ଧ୍ୟାନର ସହ ଶୁଣୁଥିବା ଦେଖିବାକୁ ମିଳିଛି । ବ୍ରୋଜେକ ଫଟୋ ସହିତ କ୍ୟାପସନ ଲେଖିଛନ୍ତି, ଆଡଭେଞ୍ଚର ଆରମ୍ଭ ହୋଇ ଯାଇଛି। ଆଇକନ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଧନ୍ୟବାଦ। ତେବେ ଶେଷରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି । ଏହି ଚଳଚ୍ଚିତ୍ରରେ ଆଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫାହାଦ ଫସିଲ ମଧ୍ୟ ନଜର ଆସିବେ ।

'ପୁଷ୍ପା: ଦି ରାଇଜ୍' ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ର କଳାକାରଙ୍କୁ ପ୍ୟାନ୍ ଇଣ୍ତିଆ ଷ୍ଚାର ଭାବେ ଏକ ନୂଆ ପରିଚୟ ଦେଇଥିଲା । ଡିସେମ୍ବର 2021 ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି 300 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ନିର୍ମାତାମାନେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦି ରୁଲ୍ ' ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

'ପୁଷ୍ପା: ଦି ରୁଲ' ଚଳଚ୍ଚିତ୍ରର ବଜେଟ୍ ପାଖାପାଖି 500 କୋଟି ବୋଲି ସୂଚନା ରହିଛି । ନିର୍ମାତାମାନେ ଫିଲ୍ମର ପ୍ରମୋସନ ପାଇଁ କେବେଳ 50 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରଟି ମୋଟ 10 ଟି ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଆଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନାଙ୍କ ସହ ଅନେକ ଷ୍ଟାରଙ୍କୁ ଦେଖିବା ପାଇଁ ମିଳିବ । ଏବେ ଦେଖିବା ବାକି ରହିଲା ଏହି ବିଗ୍ ବଜେଟ୍ ଫିଲ୍ମ ଦର୍ଶକଙ୍କୁ ଇମପ୍ରେସ କରିପାରୁଛି ନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+