୬ ବର୍ଷ ବୟସରେ ସିନେମା ଜଗତରେ ପାଦ ଦେବା ପାଇଁ ଯାଉଛନ୍ତି ଆଲ୍ଲୁ ଅର୍ଜୁନଙ୍କ ଝିଅ

୬ ବର୍ଷ ବୟସରେ ସିନେମା ଜଗତରେ ପାଦ ଦେବା ପାଇଁ ଯାଉଛନ୍ତି ଆଲ୍ଲୁ ଅର୍ଜୁନଙ୍କ ଝିଅ

ହାଇଦ୍ରାବାଦ: ଖୁବ ଶୀଘ୍ର ସିନେମା ଜଗତରେ ପାଦ ରଖିବା ପାଇଁ ଯାଉଛନ୍ତି ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଝିଅ ଆରହା । ବୟସ ମାତ୍ର ୬ ବର୍ଷ ହେଲେ ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋଇଙ୍ଗରେ ନାହିଁ କମି । ପିତାଙ୍କ ପରି ସେ ହଜାର ହଜାର ଲୋକଙ୍କ ମନରେ କରନ୍ତି ରାଜ ।

ALLU ARJUN

ସୂଚନା ଅନୁସାରେ, ସାଉଥ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁଙ୍କ ସହ ସ୍କ୍ରିନ୍ ସେୟାର କରିବେ ଆରହା । ଆଗାମୀ ସାଉଥ ଫିଲ୍ମ 'ଶକୁନ୍ତଲମ୍'ରେ ଡେବ୍ୟୁ କରିବେ ଆରହା । ଏହି ଖବର ପ୍ରକାଶ ପାଇବା ପରେ ଫ୍ୟାନ୍ସଙ୍କର ଉତ୍ସାହ ମଧ୍ୟ ବେଶ୍ ଅଧିକ ବଢିଯାଇଛି ।

ନିକଟରେ ଏକ ସାକ୍ଷାତକାରରେ ଆଲ୍ଲୁ ଅର୍ଜୁନ କହିଥିଲେ ଝିଅ ଆରହା ଏବେ ଖୁବ ଛୋଟ ଅଛନ୍ତି । ସେ ପ୍ରଥମେ ନିଜ ପାଠ ପଢା ସାରବା ପରେ ହିଁ ସିନେମା ଜଗତରେ ପାଦ ରଖିବେ । ହେଲେ ଏବେ ଅଭିନେତାଙ୍କର କଥା ମିଥ୍ୟା ପ୍ରମାଣିତ ହେବା ପାଇଁ ଯାଉଛି । ସୂଚନାଥାଉ ଯେ, ୨୦୧୬ ନଭେମ୍ବର ୨୧ରେ ଆରହା ଜନ୍ମ ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+