'ପୁଷ୍ପା ୨' ପାଇଁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଆଲ୍ଲୁ ଅର୍ଜୁନ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
Pushpa 2-The Rule: Allu Arjun Rashmika Mandana Fees For Pushpa 2'ପୁଷ୍ପା ୨' ପାଇଁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଆଲ୍ଲୁ ଅର୍ଜୁନ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ଦି ରାଇଜ୍' ବକ୍ସ ଅଫିସରେ ଜବରଦସ୍ତ ହିଟ୍ ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ର ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ବହୁ ପ୍ରଶଂସା ସାଉଁଟିଥିଲା । ଫିଲ୍ମର କାହାଣୀ ସହିତ ଏହାର ଗୀତ ଗୁଡ଼ିକ ମଧ୍ୟ ସମଗ୍ର ବିଶ୍ୱରେ ଚର୍ଚ୍ଚା ସାଉଁଟିଥିଲା । ଚଳଚ୍ଚିତ୍ରର ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ । ଏଥି ସହିତ ଫିଲ୍ମର ଦ୍ୱିତୀୟ ଭାଗର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ରହିଛି ।

ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିବା ପାଇଁ ଏକ ପୂଜାର ଆୟୋଜନ କରାଯାଇଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଥମ ଭାଗର ନାମ 'ପୁଷ୍ପା ଦ ରାଇଜ୍' ହୋଇଥିବାବେଳେ ଦ୍ୱିତୀୟ ଭାଗର ନାମ 'ପୁଷ୍ପା ଦ ରୁଲ୍' ରହିଛି । ସୂଚନା ଅନୁସାରେ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ୍ ହେବା ପାଇଁ ଯାଉଛି ।

ଇନଷ୍ଟାଗ୍ରାମର ଏକ ପେଜର ସୂଚନା ଅନୁସାରେ ଆଲ୍ଲୁ ଅର୍ଜୁନ ଏହି ଫିଲ୍ମ ପାଇଁ ୧୨୫ କୋଟି ଟଙ୍କା ନେଉଥିବା ବେଳେ ସୁକୁମାର ଏଥିପାଇଁ ୫୦ କୋଟି ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ୫ କୋଟି ଟଙ୍କା ନେଇଛନ୍ତି । 'ପୁଷ୍ପା ଦ ରୁଲ୍' ଜାନୁଆରୀକେ ସାରା ଦୁନିଆରେ ରିଲିଜ୍ ହେବ । ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପ୍ରଶଂସକ ଫିଲ୍ମର ପ୍ରତିଟି ଅପଡେଟ୍ ଉପରେ ନଜର ରଖିବା ସହ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବର ତୃତୀୟ ସପ୍ତାହରେ 'ପୁଷ୍ପା'ର ସୁଟିଂ ଆରମ୍ଭ ହେବାର ସୂଚନା ରହିଛି । ଫିଲ୍ମର ପ୍ରଥମ ଭାଗ 'ପୁଷ୍ପା ଦି ରାଇଜ୍' ଡିସେମ୍ବର ୨୧, ୨୦୨୧ରେ ରିଲିଜ୍ ହୋଇଥିଲା । ଯାହାର କ୍ରେଜ୍ ଆଜି ପର୍ଯ୍ୟନ୍ତ କମ ହୋଇ ନାହିଁ । ଫିଲ୍ମର ତେଲୁଗୁ ସଂସ୍କରଣ ସହ ହିନ୍ଦୀ ସଂସ୍କରଣ ମଧ୍ୟ ରିଲିଜ୍ ହୋଇଥିଲା । ଯାହାକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ପୁଷ୍ପାର ଗୀତ ସୋସିଆଲ ମିଡ଼ିଆରେ ଟ୍ରେଣ୍ତରେ ରହିଥିଲା । ଆଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଅଭିନୟ ଫିଲ୍ମରେ ଚାରଚାନ୍ଦ ଲଗାଇଥିଲା । ଏବେ ଦେଖିବା ବାକି ରହିଲା ଫିଲ୍ମର ଦ୍ୱିତୀୟ ଭାଗକୁ ଦର୍ଶକଙ୍କର କେତେ ଭଲ ପାଇବା ମିଳୁଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications