ପୁଷ୍ପା-୨ ସ୍କ୍ରିନିଂରେ ମହିଳାଙ୍କ ମୃ୍ତ୍ୟୁ ଘଟଣା: ମୃତକ ପରିବାରକୁ ଆଲ୍ଲୁ ଅର୍ଜୁନ୍ ଦେଲେ ୨୫ ଲକ୍ଷ
Pushpa 2 Actor Allu Arjun: ଗୁରୁବାର ଦିନ ପୁଷ୍ପା-2 ରିଲିଜର ପ୍ରଥମ ଦିନରେ ସମସ୍ତ ସିନେମା ଘର ବାହାରେ ଖୁବ୍ ଭିଡ଼଼ ବଢିଯାଇଥିଲା । ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଥିଲା । ହାଇଦ୍ରାବାଦ ସଧ୍ୟା ଥିଏଟର ବାହାରେ ପୁଷ୍ପା-2 ଶୋ ବେଳେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ ଜଣେ ମହିଳାଙ୍କ ମୃ୍ତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ଯାହା ପରେ ଆଲ୍ଲୁ ଅର୍ଜୁନଙ୍କ ଏବଂ ସିନେମା ହଲ୍ ମାଲିକଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।
ବର୍ତ୍ତମାନ ଅଭିନେତା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଲ୍ଲୁ ଅର୍ଜୁନ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା 3 ମିନିଟର 47 ସେକେଣ୍ଡର ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଥିଏଟରରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦ । ଏପରି କଠିନ ସମୟରେ ମୃତକଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ଅଭିନେତା ଏହା ମଧ୍ୟ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବେ ଯାଇ ପରିବାରକୁ ଭେଟିବି ।

ଭିଡିଓରେ ଆଲୁ ଅର୍ଜୁନ ଏହା ମଧ୍ୟ କହିଛନ୍ତି ଯେ, ଏହି ଘଟଣା ଜାଣିବା ପରେ ଆମର ପୁରା ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବର୍ଷ ବର୍ଷ ଧରି ପ୍ରେକ୍ଷାଳୟକୁ ଯାଉଛନ୍ତି କିନ୍ତୁ ଏହିପରି ଘଟଣା କେବେ ଘଟି ନଥିଲା । ଏହି ଘଟଣା ଜାଣିବା ପରେ ଆମେ ଫିଲ୍ମର ସଫଳତାକୁ ସେଲିବ୍ରେଟ୍ କରିବା ପାଇଁ ଇଚ୍ଛା କଲୁ ନାହିଁ ।
Deeply heartbroken by the tragic incident at Sandhya Theatre. My heartfelt condolences go out to the grieving family during this unimaginably difficult time. I want to assure them they are not alone in this pain and will meet the family personally. While respecting their need for… pic.twitter.com/g3CSQftucz
— Allu Arjun (@alluarjun) December 6, 2024
ଭିଡିଓରେ ଆଲୁ ଅର୍ଜୁନ ଏହା ମଧ୍ୟ କହିଛନ୍ତି ଯେ ସେ ମୃତ ମହିଳାଙ୍କ ପରିବାରକୁ ସେ 25 ଲକ୍ଷ ଟଙ୍କା ଦେଇଛନ୍ତି। ଏହା ବ୍ୟତୀତ ସେ କେବଳ ସେମାନଙ୍କର ଚିକିତ୍ସା ଖର୍ଚ୍ଚ ଦେବେ ନାହିଁ ବରଂ ଭବିଷ୍ୟତରେ ପିଲାମାନଙ୍କର ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ କରିବେ ଏବଂ ସେମାନଙ୍କର ଯତ୍ନ ନେବେ ।












Click it and Unblock the Notifications