ପୁଷ୍ପା-2 ଭାଙ୍ଗିଲା RRR'ରେକର୍ଡ !
Pushpa 2 Worldwide Collection: ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-2 ଭାଙ୍ଗିଲା RRR'ରେକର୍ଡ !ଫିଲ୍ମ ପୁଷ୍ପା-2ର କ୍ରେଜ୍ ଲୋକଙ୍କ ମଧ୍ୟରେ କମିବାର ନାଁ ନେଉ ନାହିଁ । ଚଳଚ୍ଚିତ୍ରଟି ଚମତ୍କାର ରୋଜଗାର କରିବାରେ ଲାଗିଛି । ପୁଷ୍ପା- 2 ଭାରତରେ 1000 କୋଟି ଟଙ୍କା ରୋଜଗାର କରିବାକୁ ଯାଉଛି ସେହିପରି worldwideରେ ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିଛି।

ପୁଷ୍ପା ୨ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ସାରିଛି ଏବଂ ବର୍ତ୍ତମାନ ଏସ୍ ରାଜାମୌଲିଙ୍କ RRR"ସିନେମାର ରେକର୍ଡ ଭାଙ୍ଗିବା ପାଇଁ ଯାଉଛି । ଏହା ମଧ୍ୟ ବିଶ୍ୱରେ ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଏହି ଚଳଚ୍ଚିତ୍ରଟି ଯେପରି ଆୟ କରୁଛି ତାକୁ ଦେଖି ଲାଗୁଛି ଫିଲ୍ମଟି ଆୟ ତୁଳନାରେ ଖୁବ ଶୀଘ୍ର ନମ୍ବର ୱାନ୍"ରେ ରହିବା ପାଇଁ ଯାଉଛି । 'ପୁଷ୍ପା- 2'ର 'worldwide' ସଂଗ୍ରହ ବିଷୟରେ କହିବାକୁ ଗଲେ ଏହା KGF- 2 ର ରେକର୍ଡ ମଧ୍ୟ ଭାଙ୍ଗିଛି ।
କୁହାଯାଉଛି ଏହି ଫିଲ୍ମକୁ ଲୋକମାନେ ଥରେ ନୁହେଁ ବରଂ 2-3 ଥର ଦେଖୁଛନ୍ତି । ରିପୋର୍ଟ ଅନୁଯାୟୀ, ଯଦି ଆମେ 'ପୁଷ୍ପା 2'ର ବକ୍ସ ଅଫିସ୍ ସଂଗ୍ରହ ବିଷୟରେ କହିବା, ତେବେ ଏହା 12 ଦିନରେ 1400 କୋଟି ଟଙ୍କା ସଂଗ୍ରହ କରିଛି ଏବଂ ଖୁବ୍ ଶୀଘ୍ର 1500 କୋଟି ଟଙ୍କା ରୋଜଗାର କରିବା ପାଇଁ ଯାଉଛି । RRR' ମୋଟ୍ 1230 କୋଟି ଏବଂ KGF- 2 ର 1215 କୋଟିର ବ୍ୟବସାୟ କରିଥିଲା ।
ପୁଷ୍ପା 2 ର ଭାରତୀୟ ସଂଗ୍ରହ ବିଷୟରେ କହିବାକୁ ଗଲେ ଏହା ପ୍ରାୟ 1000 କୋଟି । ଏହି ଫିଲ୍ମ ଏପର୍ଯ୍ୟନ୍ତ 929 କୋଟି ଟଙ୍କା ସଂଗ୍ରହ କରିଛି। 1000 କୋଟି ଟଙ୍କାର କ୍ଲବରେ ଯୋଗଦେବା ପାଇଁ ଅଧିକ ସମୟ ଲାଗିବ ନାହିଁ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications