'ପୁଷ୍ପା ୨' ରେ ଏପରି ଲୁକରେ ନଜର ଆସିପାରନ୍ତି ଆଲ୍ଲୁ ଅର୍ଜୁନ !

ALLU ARJUN NEW LOOK :'ପୁଷ୍ପା ୨' ରେ ଏପରି ଲୁକରେ ନଜର ଆସିପାରନ୍ତି ଆଲ୍ଲୁ ଅର୍ଜୁନ !

ମୁମ୍ବାଇ: ଗତ ବର୍ଷ ଚଳଚ୍ଚିତ୍ର ପୁଷ୍ପା ଜରିଆରେ ଦର୍ଶକଙ୍କ ମନରେ ରାଜ କରୁଥିବା ଆଲ୍ଲୁ ଅର୍ଜୁନଙ୍କୁ ନେଇ ପୁଣି ଚର୍ଚ୍ଚା । ପୁଷ୍ପା ୨'କୁ ନେଇ ଏବେ ଟ୍ରେଣ୍ତିଙ୍ଗରେ ଅଭିନେତା । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ଏଥି ସହିତ, ଆଲ୍ଲୁ ଅର୍ଜୁନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ପୁଣି ଦର୍ଶକଙ୍କର ଉତ୍ସାହ ବଢାଇଦେଇଛି । ଏହି ଫଟୋ ଦେଖି ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ ଏହା ତାଙ୍କର ଆଗାମି ଫିଲ୍ମ 'ପୁଷ୍ପା ୨' ର ଚରିତ୍ରର ଲୁକ୍ ହୋଇପାରେ । ହାତରେ ସିଗାର ,କଳା ଚଷମା ଷ୍ଟାଇଲିସ୍ ହେୟାର ଷ୍ଟାଇଲ୍ ସହ ଜ୍ୟାକେଟରେ ଅଲ୍ଲୁ ଅର୍ଜୁନଙ୍କ ଦମଦାର ଲୁକ୍ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଲ୍ଲୁ ଅର୍ଜୁନଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ALLU ARJUN

ତେବେ ସୂଚନା ରହିଛି ଯେ ଏହି ଫଟୋସୁଟ୍ ଅଭିନେତା କୌଣସି ଆଡ୍ ପାଇଁ ସୁଟ୍ କରିଛନ୍ତି । ହେଲେ ଫ୍ୟାନ୍ସ ଏହାକୁ ପୁଷ୍ପା ୨ର ଅଭିନେତାଙ୍କ ଲୁକ୍ ବୋଲି କହୁଛନ୍ତି । ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଆରମ୍ବରୁ ହିଁ ପୁଷ୍ପା ପାର୍ଟ ୨ ରିଲିଜ୍ ହୋଇପାରେ ।

ସିନେମାର ପ୍ରଥମ ଭାଗର ସଫଳତା ଓ ଲୋକପ୍ରିୟତାକୁ ଦୃଷ୍ଟିରେ ପାର୍ଟ ୨ ର ସ୍କ୍ରିପ୍ଟ ଓ ସ୍କେଲ୍କୁ ବିଶେଷ ଧ୍ୟାନ ଦେଉଛନ୍ତି ନିର୍ଦ୍ଦେଶକ ଏହାକୁ ନେଇ ଆହୁରି ବଡ ଧରଣର ନିର୍ମାଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି। 'ପୁଷ୍ପା ୨'ରେ ସାଉଥ୍ ସୁପରଷ୍ଟାର ବିଜୟ ସେତୁପତିଙ୍କୁ ଏହି ପୁଷ୍ପା ଦ ରୁଲ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତଥା ଭିଲିୟାନ୍ ଭୂମିକାରେ ଦେଖିବା ପାଇଁ ମିଳିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+