ହାଇକୋର୍ଟ କଲେ ଅଭିନେତା ଆଲ୍ଲୁ ଅର୍ଜୁନ
Allu Arjun Arrested Case: ବ୍ଲକବଷ୍ଟର ଫିଲ୍ମ 'ପୁଷ୍ପା ୨'ର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ଏକ ଥିଏଟରରେ ହଠାତ୍ ଭିଡ ବଢିବା କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଅଭିଯୋଗ ପରେ ଆଜି ଅର୍ଥାତ୍ ଶୁକ୍ରବାର ଦିନ ପୋଲିସ ହାଇଦ୍ରାବାଦରେ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି। ଅଭିନେତାଙ୍କ ପରେ ତାଙ୍କ ବଡିଗାର୍ଡଙ୍କୁ ମଧ୍ୟ ଗିରଫ କରାଯାଇଛି । ଯାହା ପରେ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ।

ଏହି ମାମଲାର ଜରୁରୀକାଳୀନ ଶୁଣାଣି କରିବା ପାଇଁ ଅପିଲ କରାଯାଇଛି । ଗିରଫ ପରେ ଆଲ୍ଲୁ ଅର୍ଜୁନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଗାନ୍ଧୀ ହସ୍ପିଟାଲକୁ ନିଆ ଯାଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଖବର ରହିଛି ଗିରଫ ହେବା ପରେ ଆଲୁ ଅର୍ଜୁନ ବର୍ତ୍ତମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏଫଆଇଆର ବାତିଲ କରିବାକୁ ଆବେଦନ କରିଛନ୍ତି ।
Still trying to figure out how he is involved. Allu Arjun is being targeted for political reasons ✌️ https://t.co/6hPurIF1G4
— ɪɴᴋᴏꜱʜɪ🇮🇳 (@inkoTweets) December 13, 2024
ଆଲ୍ଲୁ ଅର୍ଜୁନଙ୍କ ଗିରଫ ହେବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ପୋଲିସ ସହିତ ନଜର ଆସିଛନ୍ତି । ଏହି ଭିଡିଓରେ ଅଭିନେତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ମଧ୍ୟ ନଜର ଆସୁଛନ୍ତି ସେ ଖୁବ୍ ଚିନ୍ତିତ ଦେଖା ଯାଉଛନ୍ତି ହେଲେ ଆଲ୍ଲୁ ଅର୍ଜୁନ ତାଙ୍କ ମଥାରେ କିସ୍ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓ ଏବଂ ଫଟୋଗୁଡ଼ିକରେ ଆଲୁ ଅର୍ଜୁନଙ୍କୁ ଏକ ଧଳା ରଙ୍ଗର କାଜୁଆଲ୍ ପୋଷାକରେ ନଜର ଆସୁଛନ୍ତି ।
ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅନେକ ଅଭିନେତାଙ୍କୁ ସପୋର୍ଟ କରୁଥିବାନ ନଜର ଆସୁଛନ୍ତି ଏହି ଆରେଷ୍ଟକୁ ଅନେକ ବିରୋଧ କରୁଛନ୍ତି । ଅନେକ ପ୍ରଶ୍ନ କରିଛନ୍ତି ଅଭିନେତାଙ୍କର ଦୋଷ କ'ଣ? ଯଦି କ୍ରିକେଟ୍ ମ୍ୟାଚ୍ ସମୟରେ ଦଳଚକଟାରେ କାହାରି ମୃତ୍ୟୁ ହୋଇଥାନ୍ତା, ତେବେ ବିରାଟ କୋହଲିଙ୍କୁ ଗିରଫ କରାଯାଇଥାନ୍ତା କି? ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 'ପୁଷ୍ପା ୨' ଏହି ମାସ ୫ ତାରିଖରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କ ସହ ରଶ୍ମିକା ମନ୍ଦନା ମଧ୍ୟ ନଜର ଆସିଥିଲେ।












Click it and Unblock the Notifications