ଜେଲରୁ ବାହାରିବା ପରେ Sorry କରିଲେ ଆଲ୍ଲୁ ଅର୍ଜୁନ
Allu Arjun: ଜେଲରୁ ବାହାରିବା ପରେ ଆସିଲା ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ପ୍ରଥମ ପ୍ରତିକ୍ରିୟା । ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲେ ଅଭିନେତା, କହିଲେ ମୁଁ ଠିକ୍ ଅଛି ବ୍ୟସ୍ତ ହେବାର କିଛି ନାହିଁ । ମୁଁ ଆଇନକୁ ସମ୍ମାନ ଦିଏ, ସମସ୍ତ ପ୍ରକାରର ସହଯୋଗ ମଧ୍ୟ କରିବି । ସେହିପରି ଅଭିନେତା ମୃତ ମହିଳାଙ୍କ ପରିବାରତୁ ସମବେଦନା ଏବଂ କ୍ଷମା ମାଗିଲେ ଅଭିନେତା । ଅଭିନେତା କହିଲେ ଦୁର୍ଭାଗ୍ୟବଶତଃ ଏପରି ଘଟଣା ଘଟିଛି ଏଥି ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ସୂଚନାଥାଉ ଯେ, ହାଇଦ୍ରାବାଦ ସନ୍ଧ୍ୟା ସିନେମା ହଲରେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ସ୍କ୍ରିନଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ଗତକାଲି ଅଭିନେତାଙ୍କୁ ଜାମିନ ମିଳିବା ପରେ ମଧ୍ୟ ଜେଲରେ ରାତି କାଟିବା ପାଇଁ ପଡିଥିଲା । ଶନିବାର ସକାଳୁ ଅଭିନେତା ଜେଲରୁ ବାହାରିଛନ୍ତି ଯାହା ପରେ ପ୍ରଶଂସକଙ୍କ ମଧ୍ୟ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି ।












Click it and Unblock the Notifications