ବଲିଉଡ ଦୀପାବଳିର ଝଲକ, ଦେଖନ୍ତୁ ଫଟୋ
Diwali 2024: ସାରା ଦେଶରେ ବେଶ୍ ଉତ୍ସାହର ସହ ଦୀପାବଳି ପାଳନ କରାଯାଇଛି । ସେହିପରି ବି-ଟାଉନର ସେଲିବ୍ରିଟି ମଧ୍ୟ ବେଶ୍ ଧୂମଧାମରେ ଦୀପାବଳି ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଷ୍ଚାର ମାନଙ୍କର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନେକ ସେଲିବ୍ରିଟି ପୂଜା ଏବଂ ଦୀପ ଜାଳି ଏହି ଉତ୍ସବ ପାଳନ କରୁଥିବାର ଦେଖିବାକୁ ମିଳୁଛି ।

ବଲିଉଡ ତାରକାମାନେ ନିଜ ଦିପାଳବଳୀ ଉତ୍ସବର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶ୍ରଦ୍ଧା କପୁରଙ୍କ ଠାରୁ ଶିଳ୍ପା ଶେଟ୍ଟୀ ଏବଂ ସିଦ୍ଧାର୍ଥ-କିଆରା ସେମାନଙ୍କ ଘରେ ଦିପାଳବଳୀ ପାଳନ କରିଛନ୍ତି ।
ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ନିଜ ପରିବାର ସହ ଦୀପାବଳି ପାଳନ କରିଛନ୍ତି । ଯାହା ଏକ ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ଶ୍ରଦ୍ଧା ତାଙ୍କ ପିତା ଶକ୍ତି କପୁର, ମାଉସୀ ପଦ୍ମିନୀ କୋଲହାପୁର ମଧ୍ୟ ନଜର ଆସୁଛନ୍ତି ।

ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ଦୁଇ ପିଲାଙ୍କ ସହ ଦିପାବଳୀ ପର୍ବ ପାଳନ କରିଥିଲେ। ଅଭିନେତ୍ରୀ ଦୀପାବଳି ଉତ୍ସବର ଅନେକ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅଭିନେତ୍ରୀ ଏକ ମରୁନ ଶାଢି ପିନ୍ଧିଥିବାର ନଜର ଆସୁଛନ୍ତି ଏବଂ କେଶରେ ଗଜରା ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ବରୁଣ ଧୱନ ମଧ୍ୟ ତାଙ୍କ ପରିବାର ସହିତ ଦିପାବଳୀ ପର୍ବ ପାଳନ କରିଥିଲେ। ଏହି ସମୟରେ ଅଭିନେତା ତାଙ୍କ ପତ୍ନୀ ନତାଶାଙ୍କ ସହ ସେ ଏକ ସେଲଫି କ୍ଲିକ୍ କରୁଥିବାର ଦେଖିବାକୁ ମିଳୁଛି । ପାରମ୍ପାରିକ ପୋଷାକରେ ଏହି ଦମ୍ପତି ମଧ୍ୟ ବହୁତ ସୁନ୍ଦର ନଜର ଆସୁଛନ୍ତି ।
ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ନିଜ ଘରେ ଆଲୋକର ପର୍ବ ପାଳନ କରିଥିଲେ। ଏହି ସମୟ ମଧ୍ୟରେ, ବଲିଉଡର ଏହି ଦମ୍ପତି ପାରମ୍ପାରିକ ପୋଷାକରେ ନଜର ଆସୁଛନ୍ତି ।
ରଶ୍ମିକା ମନ୍ଦାନା ମଧ୍ୟ ତାଙ୍କ ଘରେ ଦୀପାବଳି ଉତ୍ସବ ପାଳନ କରିଥିଲେ। ଫଟୋରେ ଅଭିନେତ୍ରୀଙ୍କୁ ଏକ ଧଳା ସୁଟରେ ଏକ ସିମ୍ପଲ ଲୁକରେ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications