ଆଜି ଆଲିୟା-ରଣବୀରଙ୍କ ମେହେନ୍ଦି, କାଲି ବାହାଘର
ଦୁଇ ଲଭ୍ ବାର୍ଡଙ୍କ ଆରମ୍ଭ ହୋଇଛି ପ୍ରି ୱେଡିଂ ଫଙ୍କସନ୍। ଆଜି ଆଲିଆଙ୍କ ହାତରେ ଲାଗିବ ରଣବୀରଙ୍କ ନାଁର ମେହେନ୍ଦି।
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା । ଏହି ଦୁଇ ଷ୍ଟାର କପଲ୍ଙ୍କୁ ନେଇ ସୋସିଆଲ୍ ମିଡିଆରେ ବିବାହର ଅନେକ ଫଟୋ ଭାଇରାଲ୍ ହେଉଛି ।

ଆଜିଠୁ ଏହି ଦୁଇ ଲଭ୍ ବାର୍ଡଙ୍କ ଆରମ୍ଭ ହୋଇଛି ପ୍ରି ୱେଡିଂ ଫଙ୍କସନ୍। ଆଜି ଆଲିଆଙ୍କ ହାତରେ ଲାଗିବ ରଣବୀରଙ୍କ ନାଁର ମେହେନ୍ଦି। ସେହି ରଣବୀର ବି ନିଜ ହାତରେ ଆଲିଆଙ୍କ ନାଁରେ ମେହେନ୍ଦି ଲଗାଇବେ। କାଲି ବାଜିବ ଶାହାନାଇ। ସତ ଜନ୍ମ ପାଇଁ ସାଥୀ ହେବେ ଆଲିଆ-ରଣବୀର। ଏଥିପାଇଁ ପୂରା କପୁର ହାଉସ୍ ଫୁଲ ଓ ଆଲୋକ ମାଳାରେ ସଜେଇ ହୋଇଛି।
ଏହି ଭବ୍ୟ ସମାରୋହରେ ୧୮ଜଣ ଅତିଥି ସଦସ୍ୟ, ବନ୍ଧୁ ପରିଜନଙ୍କ ସହ ବଲିଉଡର କିଛି ସେଲିବ୍ରିଟି ଯୋଗଦେବେ । ଆଲିଆଙ୍କ ଦାଦା ମୁକେଶ ଭଟ୍ଟ ବାହାଘରରେ ଯୋଗ ଦେଇନପାରନ୍ତି ।

ସେପଟେ, ବିବାହ ସମୟରେ ମହେଶ ଭଟ୍ଟଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । ସାଧାରଣତଃ ତାଙ୍କୁ ଜିନ୍ସ ଓ କଳା ସାର୍ଟରେ ଦେଖିଥାନ୍ତି । କିନ୍ତୁ ଆଲିଆଙ୍କ ବାହାଘରରେ ସେ ୧୦ବର୍ଷର ନିୟମକୁ ଭାଙ୍ଗି କୁର୍ତ୍ତା ପାଇଜାମା ପିନ୍ଧିବେ । ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୦ ବାଉନ୍ସର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି । ବିବାହ ପାଇଁ ଦିଲ୍ଲୀ ଓ ଲକ୍ଷ୍ନୌରୁ ସ୍ୱତନ୍ତ୍ର ସେଫ୍ ଆସିବେ । ତେବେ ବିବାହରେ ଫଟୋ ଓ ଭିଡିଓ କରିବାକୁ ବାରଣ କରାଯାଇଛି ।












Click it and Unblock the Notifications