Get Updates
Get notified of breaking news, exclusive insights, and must-see stories!

କନ୍ୟା ସନ୍ତାନର ମା' ହେଲେ ଆଲିଆ, ଭାବୁକ ହୋଇ ପଡିଲେ ପିତା ମହେଶ ଭଟ୍ଟ

କନ୍ୟା ସନ୍ତାନର ମା' ହେଲେ ଆଲିଆ, ଭାବୁକ ହୋଇ ପଡିଲେ ପିତା ମହେଶ ଭଟ୍ଟ

ମୁମ୍ବାଇ:ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ଗତକାଲି ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ନଭେମ୍ବର ୬ ତାରିଖରେ ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ପରିବାର ସଦସ୍ୟ ଏବଂ ବଲିଉଡ ଇଣ୍ଡଷ୍ଟ୍ରି ସହ ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଷ୍ଟାର ଦମ୍ପତ୍ତିଙ୍କ ପାଇଁ ବେଶ୍ ଖୁସ୍ ଅଛନ୍ତି । ଟ୍ୱିଟରରେ ଲଗାତାର ଆଲିଆ ଭଟ୍ଟ ଓ ରଣବୀର କପୁର ଟ୍ରେଣ୍ତରେ ରହିଛନ୍ତି । ନଭେମ୍ବର ୨ ରେ ଆଲିଆ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ। ଯାହା ପରେ ବେଶ୍ ଭାବୁକ ହୋଇ ପଡିଛନ୍ତି ପିତା ପିତା ମହେଶ ଭଟ୍ଟ ।

alia-baby

ଆଲିଆ ଭଟ୍ଟଙ୍କ ମା' ହେବା ଖବରକୁ ନେଇ ଏକ ସାକ୍ଷାତକାରରେ ମହେଶ ଭଟ୍ଟ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି' ମୁଁ ଶବ୍ଦରେ ମୋର ଖୁସି ପ୍ରକାଶ କରିବାକୁ ସକ୍ଷମ ନୁହେଁ । ଏହି ଶିଶୁ କନ୍ୟା ରଣବୀର ଏବଂ ଆଲିଆଙ୍କୁ ଅଧିକ ପରସ୍ପରର ନିକଟତର କରିବ । ଏହା ଆମ ସମସ୍ତଙ୍କ ପାଇଁ ବେଶ୍ ଖାସ ମୁହୂର୍ତ୍ତ । ହେଲେ ମୋତେ ଏବେ ବି ଲାଗୁଛି ଯେ ଆଲିଆ ଏକ ଛୋଟ ପିଲା ଯିଏ ମୋ କୋଳରେ କାଲି ଖେଳୁଥିଲା, ଆଉ ଆଜି ସେ ଏକ ଝିଅର ମା'ହୋଇସାରିଛି' । ମହେଶ ଭଟ୍ଟ ଆହୁରି କହିଛନ୍ତି, ଯେତେବେଳେ ମୋ ପତ୍ନୀ ସୋନି ମୋତେ କଲ କରି ଜଣାଇଥିଲେ ଯେ ଆଲିଆ ଏକ ଝିଅକୁ ଜନ୍ମ ଦେଇଛି । ସେହି ମୂହୁର୍ତ୍ତକୁ ମୁଁ କେବେବି ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ ନା କେବେ ଭୁଲି ପାରିବି । ସୋନି ଏବଂ ମହେଶଙ୍କ ବ୍ୟତୀତ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଆଲିଆ ଏବଂ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତେବେ କପୁର ଏବଂ ଭଟ୍ଟ ପରିବାରରେ କନ୍ୟା ସନ୍ତାନ ନେଇ ଖୁସିର ଲହରୀ ଖେଳିଯାଇଛି । ଚଳିତ ମାସ ଏପ୍ରିଲ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଲଭ ବର୍ଡ ଆଲି ଆ-ରଣବୀର । ଯାହାପରେ ସେ ଜୁନରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ । ଝିଅ ହେବା ପରେ ମଧ୍ୟ ଆଲିଆ ନିଜ ଖୁସି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+