Poacher Trailer: ଆଲିଆ ଭଟ୍ଟଙ୍କ ୱେବ୍ ସରିଜ୍ 'ପୋଚର'ଟ୍ରେଲର ରିଲିଜ୍, ରୋମାଞ୍ଚକ କାହାଣୀ ସହ ଜିଣିବ ଦର୍ଶକଙ୍କ ମନ
Poacher Trailer Out: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ସିନେପ୍ରେମୀ ତାଙ୍କ ଆଗାମୀ ୱେବ୍ ସିରିଜ୍ 'ପୋଚର୍' ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି । ଅଭିନେତ୍ରୀ ଆଲିଆଟଙ୍କ ସିରିଜ୍ 'ପୋଚର'ର ଟ୍ରେଲର ଆଜି ଅର୍ଥାତ ୧୫ ଫେବ୍ରୁଆରୀରେ ମୁକ୍ତିଲାଭ କରିଛି । ଏହି ଟ୍ରେଲର ଦର୍ଶକଙ୍କ ମନ ଜିଣୁଛି । ରିଲିଜ୍ ହେବା ପରଠୁ ଏହା ଖୁବ୍ ଚର୍ଚ୍ଚାରେ ଅଛି ।
ଖାସ କଥା ହେଲା ଯେ, ଆଲିଆ ଭଟ୍ଟ କେବଳ 'ପୋଚର'ରେ ଅଭିନୟ ନୁହେଁ ବରଂ ସେ ଏହି ଚଳଚ୍ଚିତ୍ରର ନିର୍ମାତା ମଧ୍ୟ ଅଟନ୍ତି । ଆଲିଆ ଭଟ୍ଟ କିଛି ଦିନ ପୂର୍ବରୁ ଏହାର ଟିଜର ରିଲିଜ୍ କରିଥିଲେ ଯେଉଁଥିରେ ସେ ଖୁବ୍ ଆଶ୍ଚର୍ଯ୍ୟ ଏବଂ ବିବ୍ରତ ଦେଖାଯାଉଥିଲେ । ତେବେ ଏହି ଫିଲ୍ମର ଟିଜରକୁ ମଧ୍ୟ ବେଶ୍ ଭଲ ପାଇବା ମିଳିଥିଲା । ଏହି ୱେବ୍ ସିରିଜର ଟ୍ରେଲର ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରେଣ୍ତ କରୁଛି ।
ଏମି ପୁରସ୍କାର ବିଜେତା ନିର୍ମାତା ରିଚି ମେହେତାଙ୍କ ୱେବ୍ ସିରିଜ୍ 'ପୋଚର୍'ର ଟ୍ରେଲର ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ୱେବ୍ ସିରିଜରେ ସବୁଠାରୁ ବଡ ହାତୀ ଦାନ୍ତ ସ୍କାମ ଦେଖିବା ପାଇଁ ମିଳିଛି । 'ପୋଚର' ମିଳିତ ଭାବରେ ରିଚି ମେହେତା ଏବଂ କ୍ୟୁସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ । ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏଥିଲେ ଲୋକଙ୍କର ସୁନ୍ଦର କେମଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।
ଆଲିଆ ଭଟ୍ଟ ୱେବ୍ ସିରିଜ୍ 'ପୋଚର'ର ଟ୍ରେଲରକୁ OTT ପ୍ଲାଟଫର୍ମ ପ୍ରାଇମ୍ ଭିଡିଓ ଇଣ୍ଡିଆ ସହିତ ସେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖା ଅଛି- ଭାରତର ସବୁଠୁ ବଡ ଅପରାଧ ରାକେଟର ସବୁଠାରୁ ବଡ କାହାଣୀ । 'ପୋଚର୍' ଏକ ଅପରାଧ ସିରିଜ୍ ଏହା 23 ଫେବୃଆରୀ 2024 ରିଲିଜ୍ ହେବ ।

ସତ୍ୟ ଘଟଣା ଉପରେ ଆଧାର 'ପୋଚର୍'ର ଏହି ଟ୍ରେଲର୍ ଦର୍ଶାଉଛି ଯେ ଲୋକମାନେ କିପରି ପଶୁମାନଙ୍କୁ କଷ୍ଟ ଦେଉଛନ୍ତି ଏବଂ ଭାରତରେ ହାତୀ ଚୋରା ଚାଲାଣର କାହାଣୀ ଏଥିରେ ଦେଖିବା ପାଇଁ ମିଳିବ । ଏହି ୱେବ୍ ସିରିଜର ନିର୍ଦ୍ଦେଶକ ହେଉଛନ୍ତି ରିଚି ମେହେତି । ଆଲିଆ ଭଟ୍ଟଙ୍କ ବ୍ୟତୀତ ଏହି ସିରିଜରେ ନିମିଷା ସାଜୟାନ, ରୋଶନ ମାଥ୍ୟୁ ଏବଂ ଦିବିନ୍ଦୁ ଭଟ୍ଟାଚାର୍ଯ୍ୟଙ୍କ ଭଳି ଅଭିନେତା ମଧ୍ୟ ଅଭିନୟ କରିଛନ୍ତି। ହିନ୍ଦୀ ସହିତ ଏହି ସିରିଜ୍ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications