ମେଟ ଗାଲା 2023: କମାଲ୍ ଦେଖାଇଲେ ଅଭିନେତ୍ରୀ ଆଲିଆ
ମୁମ୍ବାଇ:ଆରମ୍ଭ ହୋଇଯାଇଛି ମେଟ ଗାଲା 2023 । ଏଥର ବଲିଉଡର ଅନ୍ୟତମ ଦକ୍ଷ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପ୍ରଥମ ଥର ଏହି ଇଭେଣ୍ଟରେ ଦେଖିବା ପାଇଁ ମିଳିଛି । ଆଲିଆ ଏକ ଧଳା ଗାଉନ ପିନ୍ଧି ଏହି ଇଭେଣ୍ଟରେ ପହଁଞ୍ଚିଥିଲେ । ତାଙ୍କୁ ଲୁକ୍ ଥିଲା ଖୁବ ଖାସ୍ । ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ନିଜର ଏହି ନୂଆ ଲୁକର ଫଟୋ ସେୟାର କରିଛନ୍ତି ।
ନିଜ ମେଟ୍ ଗାଲା ଡେବ୍ୟୁ ପାଇଁ 'ଗଙ୍ଗୁବାଇ କାଠିଆବାଡି' ତାରକା ଡିଜାଇନର୍ ପ୍ରବଲ ଗୁରୁଙ୍ଗଙ୍କର ଏକ ସୁନ୍ଦର ମୋତି ସୁସଜ୍ଜିତ ଧଳା ଗାଉନ୍ ପିନ୍ଧିଥିଲେ । ମେଟ୍ ଗାଲା 2023ରେ ପ୍ରଥମ ଥର ଆଲିଆଙ୍କୁ ଦେଖିବା ପାଇଁ ମିଳିଥିଲା । ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଆଲିଆଙ୍କର ଏହି ଲୁକକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।
ଇଭେଣ୍ଟର ଅଫିସିଆଲ୍ ସାଇଟରେ ମଧ୍ୟ ଆଲିଆଙ୍କ ଆକର୍ଷଣୀୟ ଲୁକର ଫଟୋ ସେୟାର କରାଯାଇଛି । ଏଥି ସହ ତାଙ୍କ ଭଉଣୀ ଶାହିନ୍ ଭଟ୍ଟ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଫଟୋ ସେୟାର କରିଛନ୍ତି। ନିଜ ଭଉଣୀଙ୍କ ଫଟୋ ସେୟାର କରି ଶାହିନ୍ କ୍ୟାପସନରେ ଆଞ୍ଜେଲ ବୋଲି ଲେଖିଛନ୍ତି ।

ହଲିଉଡ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ'ରିଲିଜ୍ ପୂର୍ବରୁ ମେଟ ଗାଲାରେ ଆଲିଆ ଡେବ୍ୟୁ କରିଛନ୍ତି । ଟମ୍ ହାର୍ପର ଦ୍ୱାରା ନିର୍ଦ୍ଦେଶିତ 'ହାର୍ଟ ଅଫ୍ ଷ୍ଟୋନ୍' ଟମ୍ କ୍ରୁଜଙ୍କ 'ମିଶନ୍ ଇମ୍ପସିବଲ୍'ର ଏକ ସିକ୍ୱେଲ୍ । ଏହି ଚଳଚ୍ଚିତ୍ରରେ ଗେଲ୍, ଜେମି ଏବଂ ଆଲିଆଙ୍କ ବ୍ୟତୀତ ସୋଫି ଓକୋନେଡୋ, ମାଥିଆସ୍ , ଜିଙ୍ଗ୍ ଲୁଚି ଏବଂ ପଲ୍ ରେଡି ପରି କଳାକାରଙ୍କୁ ଦେଖିବା ପାଇଁ ମିଳିବ ।
ମେଟ ଗାଲା ସବୁଠାରୁ ବଡ ଫ୍ୟାଶନ ସୋ' । ଏହି କାର୍ଯ୍ୟକ୍ରମ ନ୍ୟୁୟର୍କରେ ଆୟୋଜିତ ହେଉଛି । ଚଳିତ ବର୍ଷର ଥିମ ହେଉଛି "Karl Lagerfeld: A Line of Beauty." । ଆଲିଆ ଭଟ୍ଟଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଏହି ଇଭେଣ୍ଟରେ ଦେଖିବାକୁ ମିଳିବ।












Click it and Unblock the Notifications