ମହେଶ ବାବୁଙ୍କ ସହ ସ୍କ୍ରିନ୍ ସେୟାର କରିବେ ଆଲିଆ ! ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମରେ ଆସିବେ ନଜର
ମହେଶ ବାବୁଙ୍କ ସହ ସ୍କ୍ରିନ୍ ସେୟାର କରିବେ ଆଲିଆ ! ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମରେ ଆସିବେ ନଜର
ମୁମ୍ବାଇ: ଆଲିଆଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ପୁଣି ସାଉଥ୍ ଫିଲ୍ମରେ କମାଲ୍ ଦେଖାଇବେ ଅଭିନେତ୍ରୀ । ପ୍ରସ୍ତୁତ ହୋଇଯାଆନ୍ତୁ, ଆସିବା ପାଇଁ ଯାଉଛି ୮୦୦ କୋଟିର ବିଗ୍ ବଜେଟ୍ ଫିଲ୍ମ । ଏଥର ରାଜାମୌଲିଙ୍କ ଫିଲ୍ମରେ ମହେଶ ବାବୁଙ୍କ ସହ ବଡ଼ ପରଦାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । କନଫର୍ମ କଲେ ଓଭରସିଜ୍ ସେନ୍ସର ବୋର୍ଡର ସଦସ୍ୟ ଉମେର ସାନ୍ଧୁ ।

ଆଲିଆ ଭଟ୍ଟ-ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ ପରେ ଚର୍ଚ୍ଚାର ରହିଛି । ଫିଲ୍ମଟି ଭଲ ଆୟ ମଧ୍ୟ କରୁଛି । ଆଶା କରାଯାଉଛି ଖୁବ ଶିଘ୍ର 'ବ୍ରହ୍ମାସ୍ତ୍ର' ୨୦୦ କୋଟି କ୍ଲବରେ ସାମିଲ ହୋଇପାରେ । ଏହା ସହ ଆଲିଆ ନିଜ ଗର୍ଭଧାରଣକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ଅଛନ୍ତି । ପ୍ରାୟ ପ୍ରତ୍ୟକ ଦିନ ସୋଶାଲ ମିଡିଆରେ ଆଲିଆଙ୍କର ଫଟୋ ଭିଡିଓ ଭାଇରାଲ ହୋଇଥାଏ । ତାଙ୍କ ଲୁକକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରନ୍ତି ।
Officially Confirmed! #AliaBhatt finally signed #SSRajamouli next flick with #MaheshBabu ! #SSMB29 🔥🔥 Shoot will start after her baby born !
— Umair Sandhu (@UmairSandu) September 15, 2022
ଏବେ ଆଉ ଏକ ବଡ଼ ଖବରକୁ ନେଇ ଚର୍ଚ୍ଚା ଜୋରଧରିଛି । ଏସ୍ ଏସ୍ ରାଜାମୌଲିଙ୍କ ଆଉ ଏକ ଫିଲ୍ମ ସାଇନ୍ କରିଛନ୍ତି ଆଲିଆ । ସୂଚନା ଅନୁସାରେ ଏହା ଏକ ଆକ୍ସନ ଫିଲ୍ମ ଯେଉଁଥିରେ ପ୍ରଥମ ଥର ମେହଶ ବାବୁଙ୍କ ବିପକ୍ଷରେ ନଜର ଆସିବେ ଆଲିଆ । ଓଭରସିଜ୍ ସେନ୍ସର ବୋର୍ଡର ସଦସ୍ୟ ଉମେର ସାନ୍ଧୁ ଟ୍ୱିଟ୍ କରି ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମକୁ ନେଇ ସୂଚନା ଦେଇଛନ୍ତି । ଏହା ସହ ସେ ନିଜ ଟ୍ୱିଟରେ SSMB29 ଲେଖିଛନ୍ତି । ଯାହା ଫିଲ୍ମର ଟାଇଟଲ ବୋଲି ଅନୁମାନ କରାଯାଉଛି ହେଲେ ମେକର୍ସ ଏ ନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ଦେଇ ନାହଁନ୍ତି । ମିଡିଆ ରିପୋର୍ଟ ଅନୁସାରେ ଏହା ଏକ ୮୦୦କୋଟିର ବିଗ୍ ବଜେଟ୍ ଫିଲ୍ମ ଯାହାର ସୁଟିଂ ଆଲିଆଙ୍କ ଡେଲିଭରି ପରେ ଆରମ୍ଭ କରାଯିବ ।
ସେହିପରି ଖୁବ ଶିଘ୍ର ଆଲିଆ ଭଟ୍ଟ ରଣବୀର ସିଂଙ୍କ ସହ 'ରକି ଔର୍ ରାନୀ କି ପ୍ରେମ କାହାନୀ' ଓ କ୍ୟାଟ୍ରିନା ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ 'ଜି ଲେ ଜରା'ରେ ମଧ୍ୟ ନଜର ଆସିବେ।












Click it and Unblock the Notifications