ମା'ହେବା ପରେ ପ୍ରଥମ ଥର ଏପରି ଫଟୋ ପୋଷ୍ଟ କଲେ ଆଲିଆ, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା
ମା'ହେବା ପରେ ପ୍ରଥମ ଥର ଏପରି ଫଟୋ ପୋଷ୍ଟ କଲେ ଆଲିଆ, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା
ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପିତାମାତା ହୋଇଛନ୍ତି । ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଆଲିଆ । ଅଭିନେତ୍ରୀଙ୍କ ମା'ହେବା ପରଠୁ ଫ୍ୟାନ୍ସ କପୁର ପରିବାର ନୂଆ ସଦସ୍ୟଙ୍କର ପ୍ରଥମ ଝଲକ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକ ଲଗାତାର ଏହି ଷ୍ଟାର ଦମ୍ପତ୍ତିଙ୍କୁ ପ୍ରଶ୍ନ କରୁଛନ୍ତି କେବେ ତାଙ୍କ ଝିଅର ମୁହ ଦେଖିବା ପାଇଁ ମିଳିବ ।

ମାଆ ହେବା ପରେ ଆଲିଆ ଇନଷ୍ଟାରେ ତାଙ୍କର ପ୍ରଥମ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଶେୟାର କରି ଆଲିଆ କ୍ୟାପସନରେ ଲେଖିଛନ୍ତି - It me .ତେବେ ଏହା ପୂର୍ବରୁ ଆଲିଆ ଏକ ସୁନ୍ଦର ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ମା' ହେବା ବିଷୟରେ ସୂଚନା ଦେଇଥିଲେ । ଆଲିଆଙ୍କର ଏହି ରିସେଣ୍ଟ ଫଟୋକୁ ଫ୍ୟାନ୍ସ ଖୁବ୍ ଭଲ ପାଇବା ଦେଉଛନ୍ତି । କେବଳ ଏତିକି ନୁହେଁ ପ୍ରଶଂସକମାନେ କମେଣ୍ଟ ଓ ଲାଇକ୍ ଜରିଆରେ ଅଭିନେତ୍ରୀ ଆଲିଆଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।












Click it and Unblock the Notifications