ରିଲିଜ୍ ହେଲା 'ଡାର୍ଲିଙ୍ଗସ୍'ର ଟିଜର
Alia Bhatt's FILM'Darlings' teaser released, ପ୍ରଥମ ପ୍ରଡକ୍ସନରେ ତିଆରି ଫିଲ୍ମ ଡାର୍ଲିଂସକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ।ଆଜି 'ଡାର୍ଲିଙ୍ଗସ୍'ର ଟିଜର ଭିଡିଓ ରିଲିଜ୍ ହୋଇଛି। ଯାହା ଅତ୍ୟନ୍ତ ମଜାଳିଆ ଏବଂ ଆକର୍ଷଣୀୟ ଅଟେ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଅନେକ ହିଟ୍ ଫିଲ୍ମ କରିଛନ୍ତି ।ହେଲେ ନିଜ ପ୍ରଥମ ପ୍ରଡକ୍ସନରେ ତିଆରି ଫିଲ୍ମ ଡାର୍ଲିଂସକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ।
ଆଜି 'ଡାର୍ଲିଙ୍ଗସ୍'ର ଟିଜର ଭିଡିଓ ରିଲିଜ୍ ହୋଇଛି। ଯାହା ଅତ୍ୟନ୍ତ ମଜାଳିଆ ଏବଂ ଆକର୍ଷଣୀୟ ଅଟେ । ଟିଜରରେ ଆଲିଆ ବେଙ୍ଗ ଏବଂ ବିଛାର କାହାଣୀ କହୁଥିବାର
ଦେଖିବା ପାଇଁ ମିଳୁଛି । ଟିଜର ସେୟାର କରି ଆଲିଆ ଲେଖିଛନ୍ତି- 'ଏହା କେବଳ ଏକ ଟିଜ୍ ଡାର୍ଲିଙ୍ଗ୍ '
ଟିଜର ଆରମ୍ଭରୁ ଆଲିଆ ଏକ ଥିଏଟରରେ ବସିଥିବାର ଦେଖିବା ପାଇଁ ମିଳୁଛି । ବାହାରକୁ ଆସିବା ପରେ ତାଙ୍କ ଦେଖା ବିଜୟ ବର୍ମାଙ୍କ ସହ ହେଉଛି । ଯାହା ପରେ ଆରମ୍ଭ ହୋଇଛି
ଉଭୟଙ୍କ କାହଣୀ । କିନ୍ତୁ ରୋଶନ ମାଥ୍ୟୁ ଏବଂ ବିଜୟ ବର୍ମାଙ୍କ ମଧ୍ୟରେ କିଛି ସସପେନ୍ସ ସିନ୍ ଦେଖାପାଇଁ ମିଳୁଛି । ଏଥି ସହିତ ଆଲିଆ ଏବଂ ତାଙ୍କ ମା ଅର୍ଥାତ୍ ଶେଫାଲୀ ଶାହା ମଧ୍ୟ ପୋଲିସ
ଷ୍ଟେସନରେ ନଜର ଆସୁଛନ୍ତି।

୧ମିନିଟ୍ ୩୯ ସେକେଣ୍ତର ଏହି ଟିଜରରେ ଆଲିଆ ବେଙ୍ଗ ଓ ବିଛା ବିଛାର କାହାଣୀ କହୁଥିବାର ଦେଖିବା ପାଇଁ ମିଳୁଛି ।ଅନ୍ୟପଟେ ନେଟଫ୍ଲିକ୍ସ ମଧ୍ୟ ଏବେ ଆଲିଆଙ୍କ ଫିଲ୍ମ
'ଡାର୍ଲିଂସ୍'ର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛି ।ଏଥିରେ ଆଲିଆଙ୍କ ହାତରେ ଏକ ଇଞ୍ଜେକ୍ସନ ଦେଖିବାକୁ ମିଳିଛି ଏବଂ ଯେଉଁଥିରେ ବିଜୟ ବର୍ମା ନଜର ଆସୁଛନ୍ତି ।
ଆଲିଆ ଭଟ୍ଟଙ୍କ ଅନେକ ପ୍ରୋଜେକ୍ଟ ମଧ୍ୟରୁ ଡାର୍ଲିଂସ ଅଧିକ ଖାସ ଏଥିରେ ସେ ପ୍ରଥମ ଥର ଅଭିନେତ୍ରୀରୁ ପ୍ରଯୋଜକ ସାଜିଛନ୍ତି ।ଶାହରୁଖ ଖାନଙ୍କ ରେଡ ଚିଲି ଏଣ୍ଟରଟେନମେଣ୍ଟ
ଏବଂ ଆଲିଆଙ୍କ ଇଟରନଲ ସନସାଇନ୍ ପ୍ରଡକ୍ସନ୍ସ ଦ୍ୱାରା ମିଳିତ ଭାବେ'ଡାର୍ଲିଙ୍ଗସ୍' ପ୍ରସ୍ତୁତ କରାଯାଇଛି ।ଜସମିତ କେ ରିନଙ୍କ ନିର୍ଦ୍ଦେଶିତ ଫିଲ୍ମ ଡାର୍ଲିଂସ ୫ ଅଗଷ୍ଟ ୨୦୨୨ ରେ
ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।












Click it and Unblock the Notifications