୬୯ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର: ଆଲ୍ଲୁ ଅର୍ଜୁନ, ଆଲିଆ ଭଟ୍ଟ ଏବଂ କ୍ରୀତିଙ୍କୁ ଶ୍ରେଷ୍ଟ ଅଭିନେତା ଅଭିନେତ୍ରୀ ପୁରଷ୍କାର
69th National Film Awards: ମଙ୍ଗଳବାର ଦିନ ୬୯ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କୁ ଫିଲ୍ମ 'ପୁଷ୍ପା' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଫିଲ୍ମ ମିମି ପାଇଁ କ୍ରୀତି ସାନନ ଓ ଫିଲ୍ମ ଗଙ୍ଗୁବାଇ କାଢିଆୱାଡି ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ସେହିପରି ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଫିଲ୍ମ ମିମି ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସହ ଅଭିନେତା ଓ ଦ କାଶ୍ମୀର ପାଇଲସ୍ ପାଇଁ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ସହ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଭିକ୍କି କୌଶଲଙ୍କ ଅଭିନୀତ ସର୍ଦ୍ଦାର ଉଦ୍ଧମକୁ ଶ୍ରେଷ୍ଠ ସିନେମାର ପୁରସ୍କାର ମିଳିଛି । ସବୁଠୁ ଲୋକପ୍ରିୟ ଫିଲ୍ମ ଭାବେ ଆରଆରଆରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ବେଷ୍ଚ ଫିଚର୍ ଫିଲ୍ମ ଭାବେ ଦି କାଶ୍ମୀର ଫାଇଲ୍ସକୁ ଜାତୀୟ ପୁରସ୍କାପ ପ୍ରଦାନ କରାଯାଇଛି । ଆର୍ ମାଧବନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ ରକେଟ୍ରି:ଦ ଦାମ୍ବି ଇଫେକ୍ଟ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି । ଅନ୍ୟପକ୍ଷକେ ଶ୍ରେୟା ଘୋଷଲଙ୍କୁ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ ବୈରଭଙ୍କୁ ଶ୍ରେଷ୍ଠ ଗାୟକ ଭାବେ ସମ୍ମାନୀତ ହୋଇଛନ୍ତି ।












Click it and Unblock the Notifications