ଏତିକି କୋଟିର ଘର କିଣିଲେ ଆଲିଆ ଭଟ୍ଟ, ଭଉଣୀଙ୍କୁ ଦେଲେ ଦୁଇଟି ଫ୍ଲାଟ୍ ଉପହାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକା ତାରିଖରେ ଏକ ଜଣଆଶୁଣା ଚେହେରା । ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାର କିଛି ବର୍ଷ ମଧ୍ୟରେ ଏକ ଘର କିଣିଥିଲେ । ବର୍ତ୍ତମାନ ମଧ୍ୟ ଘର କିଣିବାରେ ନିଜର ସମସ୍ତ ରୋଜଗାର ଖର୍ଚ୍ଚ କରୁଛନ୍ତି । ନିକଟରେ ଅଭିନେତ୍ରୀ ମୁମ୍ବାଇର ବାନ୍ଦ୍ରାଠାରେ ଆଉ ଏକ ନୂଆ ଘର କିଣିଥିବା ନେଇ ସୂଚନା ରହିଛି । ଯାହାର ମୂଲ୍ୟ କୋଟିଏରେ ରହିଛି ।

ସୂଚନା ଅନୁସାରେ, ଆଲିଆ କିଛି ଦିନ ପୂର୍ବରୁ ନିଜ ପାଇଁ ଏକ ନୂତନ ଘର କିଣିଥିଲେ ଏବଂ ନିଜ ଭଉଣୀ ଶାହିନ୍ ଭଟ୍ଟଙ୍କୁ ମଧ୍ୟ କୋଟି ଟଙ୍କା ମୂଲ୍ୟର ଦୁଇଟି ଫ୍ଲାଟ କିଣି ଉପହାର ଦେଇଛନ୍ତି । ବର୍ତ୍ତମାନ ସେ ବାନ୍ଦ୍ରାଠାରେ ନିଜ ପାଇଁ ଏକ ନୂଆ ଫ୍ଲାଟ କିଣିଥିବା ନେଇ ଚର୍ଚ୍ଚା ହେଉଛି । ଯାହାର ମୂଲ୍ୟ ପ୍ରାୟ ୩୭ କୋଟି । ଆଲିଆ ଭଟ୍ଟଙ୍କର ଏହି ଦୁଇଟି ଫ୍ଲାଟ ବହୁତ ବିଳାସପୂର୍ଣ୍ଣ । ଆସନ୍ତୁ ଏହି ଫ୍ଲାଟ ବିଷୟରେ କିଛି ଜାଣିବା କଥା ।

ALIA BHAT


ଆଲିଆ ଭଟ୍ଟଙ୍କ ଏହି ନୂତନ ଘର ତାଙ୍କ ପ୍ରଡକ୍ସନ୍ ହାଉସ୍ 'Eternal Sunshine Production Pvt Ltd' ନାଁରେ କିଣାଯାଇଛି । ସେ ଏହି ଘର ପାଇଁ ୨.୨୬ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦେଇଛନ୍ତି । ରିପୋର୍ଟ ଅନୁସାରେ ଏହି ଘରର ରେଜିଷ୍ଟ୍ରି ୧୦ ଏପ୍ରିଲ ୨୦୨୩ରେ କରାଯାଇଥିଲା ।

alia bhat

ଏହା ବ୍ୟତୀତ ଅଭିନେତ୍ରୀ ଭଉଣୀ ଶାହିନ୍ ମହେଶ ଭଟ୍ଟଙ୍କୁ ମଧ୍ୟ ଦୁଇଟି ଘର ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୭.୬୮ କୋଟି ଟଙ୍କା । ଏହି ଫ୍ଲାଟ ମୁମ୍ବାଇର ଜୁହୁରେ ଅବସ୍ଥିତ । ଷ୍ଟାମ୍ପ ଡ୍ୟୁଟି ପାଇଁ ଆଲିଆ ଭଟ୍ଟ ପ୍ରାୟ ୩୦.୭୫ ଲକ୍ଷ ଟଙ୍କା ଦେଇଛନ୍ତି ।

ALIA BHAT

ସୂଚନା ଏହା ମଧ୍ୟ ରହିଛି ଯେ,ଆଲିଆ ସ୍ୱାମୀ ରଣବୀର ଓ ଝିଅ ରାହାଙ୍କ ସହ ନିଜ ନୂଆ ଘରକୁ ସିଫଟ୍ ହୋଇ ସାରିଛନ୍ତି ।
ରଣବୀର କପୁର ଏହି ନୂଆ ଫ୍ଲାଟକୁ ୩୫ କୋଟିରେ କିଣିଛନ୍ତି । ଅନ୍ୟପଟରେ ଉଭୟଙ୍କର ଆଉ ଏକ ୮ ମହଲା ବିଶିଷ୍ଟ ଘର ନିର୍ମାଣ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+