For Quick Alerts
Turn On Notification  
For Daily Alerts
Oneindia App Download

ବେବିମୁନ୍‌ରେ ଯିବେ ଆଲିଆ-ରଣବୀର

ବିବାହର ମାତ୍ର ଅଢେଇ ମାସ ଭିତରେ ଖୁସି ଖବର ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଏବଂ ରଣବୀର। ପ୍ରଶଂସକ ଏଥିରେ ଖୁସି ଥିଲେ ବି ଏହାକୁ ହଠାତ୍ ଗ୍ରହଣ କରି ପାରୁନାହାନ୍ତି। ନିଜ କ୍ୟାରିୟରର ଟପ୍‌ରେ ଏହି ଦମ୍ପତି କିପରି ଏତେ ବଡ଼ ନିଷ୍ପତ୍ତି ନେଲେ ସେ ନେଇ ଚର୍ଚ

|

ମୁମ୍ବାଇ: ବିବାହର ମାତ୍ର ଅଢେଇ ମାସ ଭିତରେ ଖୁସି ଖବର ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଏବଂ ରଣବୀର। ପ୍ରଶଂସକ ଏଥିରେ ଖୁସି ଥିଲେ ବି ଏହାକୁ ହଠାତ୍ ଗ୍ରହଣ କରି ପାରୁନାହାନ୍ତି। ନିଜ କ୍ୟାରିୟରର ଟପ୍‌ରେ ଏହି ଦମ୍ପତି କିପରି ଏତେ ବଡ଼ ନିଷ୍ପତ୍ତି ନେଲେ ସେ ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି ଦମ୍ପତି ହନିମୁନ୍‌ ନୁହେଁ ବରଂ ବେବିମୁନ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି।

babymoon

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ବର୍ତ୍ତମାନ ଲଣ୍ଡନରେ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ 'ହାର୍ଟ ଅଫ୍ ଷ୍ଟୋନ'ର ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ଏହି ପ୍ରୋଜେକ୍ଟ ଶେଷ କରିବା ପରେ ସେ ଶୀଘ୍ର ମୁମ୍ବାଇ ଫେରିବେ । ତେବେ ଆଲିଆ ଏବଂ ରଣବୀର ସେମାନଙ୍କର ବ୍ୟସ୍ତବହୁଳ କାମ ହେତୁ ହନିମୁନ୍‌ରେ ଯାଇପାରି ନାହାନ୍ତି । କାରଣ ଆଜିକାଲି ରଣବୀର କପୁର ଲଭ ରଂଜନଙ୍କ ଅନଟାଇଟେଲ୍ଡ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଆଲିଆ ବିବାହ ପରେ ଲଣ୍ଡନ ଚାଲି ଯାଇଛନ୍ତି ।

ଗଣମାଧ୍ୟମ ଅନୁଯାୟୀ, ଆଲିଆଙ୍କ ହଲିଉଡ ପ୍ରୋଜେକ୍ଟ ଜୁଲାଇ ମଧ୍ୟଭାଗରେ ଶେଷ ହେବ, ଏହା ପରେ ସେ ସ୍ୱାମୀ ରଣବୀର କପୁରଙ୍କ ସହ ବେବିମୁନରେ ଯିବେ । ଏହି ଦମ୍ପତି ବେବିମୁନ୍ ପାଇଁ ୟୁରୋପ ଯାଇପାରନ୍ତି ବୋଲି ସୂଚନା ମିଳିଛି। ସୋମବାର ଲଣ୍ଡନରୁ ଏକ ପୋଷ୍ଟ ସେୟାର କରି ଆଲିଆ ଭଟ୍ଟ ଗର୍ଭବତୀ ହେବାର ଏକ ଖୁସି ଖବର ସେୟାର କରିଥିଲେ । ଏହି ଖବର ପରେ ପ୍ରଶଂସକ ଏବଂ ସେଲିବ୍ରିଟିଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bollywood's hottest couple Alia and Ranbir have given good news in just two and a half months of their marriage. Fans were happy with it but could not accept it suddenly. There is talk of how the couple took such a big decision at the top of their careers. Now the couple is gearing up for babymoon .
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X