ବେବିମୁନ୍ରେ ଯିବେ ଆଲିଆ-ରଣବୀର
ବିବାହର ମାତ୍ର ଅଢେଇ ମାସ ଭିତରେ ଖୁସି ଖବର ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଏବଂ ରଣବୀର। ପ୍ରଶଂସକ ଏଥିରେ ଖୁସି ଥିଲେ ବି ଏହାକୁ ହଠାତ୍ ଗ୍ରହଣ କରି ପାରୁନାହାନ୍ତି। ନିଜ କ୍ୟାରିୟରର ଟପ୍ରେ ଏହି ଦମ୍ପତି କିପରି ଏତେ ବଡ଼ ନିଷ୍ପତ୍ତି ନେଲେ ସେ ନେଇ ଚର୍ଚ
ମୁମ୍ବାଇ: ବିବାହର ମାତ୍ର ଅଢେଇ ମାସ ଭିତରେ ଖୁସି ଖବର ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଏବଂ ରଣବୀର। ପ୍ରଶଂସକ ଏଥିରେ ଖୁସି ଥିଲେ ବି ଏହାକୁ ହଠାତ୍ ଗ୍ରହଣ କରି ପାରୁନାହାନ୍ତି। ନିଜ କ୍ୟାରିୟରର ଟପ୍ରେ ଏହି ଦମ୍ପତି କିପରି ଏତେ ବଡ଼ ନିଷ୍ପତ୍ତି ନେଲେ ସେ ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି ଦମ୍ପତି ହନିମୁନ୍ ନୁହେଁ ବରଂ ବେବିମୁନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ବର୍ତ୍ତମାନ ଲଣ୍ଡନରେ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ 'ହାର୍ଟ ଅଫ୍ ଷ୍ଟୋନ'ର ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ଏହି ପ୍ରୋଜେକ୍ଟ ଶେଷ କରିବା ପରେ ସେ ଶୀଘ୍ର ମୁମ୍ବାଇ ଫେରିବେ । ତେବେ ଆଲିଆ ଏବଂ ରଣବୀର ସେମାନଙ୍କର ବ୍ୟସ୍ତବହୁଳ କାମ ହେତୁ ହନିମୁନ୍ରେ ଯାଇପାରି ନାହାନ୍ତି । କାରଣ ଆଜିକାଲି ରଣବୀର କପୁର ଲଭ ରଂଜନଙ୍କ ଅନଟାଇଟେଲ୍ଡ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଆଲିଆ ବିବାହ ପରେ ଲଣ୍ଡନ ଚାଲି ଯାଇଛନ୍ତି ।
ଗଣମାଧ୍ୟମ ଅନୁଯାୟୀ, ଆଲିଆଙ୍କ ହଲିଉଡ ପ୍ରୋଜେକ୍ଟ ଜୁଲାଇ ମଧ୍ୟଭାଗରେ ଶେଷ ହେବ, ଏହା ପରେ ସେ ସ୍ୱାମୀ ରଣବୀର କପୁରଙ୍କ ସହ ବେବିମୁନରେ ଯିବେ । ଏହି ଦମ୍ପତି ବେବିମୁନ୍ ପାଇଁ ୟୁରୋପ ଯାଇପାରନ୍ତି ବୋଲି ସୂଚନା ମିଳିଛି। ସୋମବାର ଲଣ୍ଡନରୁ ଏକ ପୋଷ୍ଟ ସେୟାର କରି ଆଲିଆ ଭଟ୍ଟ ଗର୍ଭବତୀ ହେବାର ଏକ ଖୁସି ଖବର ସେୟାର କରିଥିଲେ । ଏହି ଖବର ପରେ ପ୍ରଶଂସକ ଏବଂ ସେଲିବ୍ରିଟିଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications