ମାଆ ହେବେ ଆଲିଆ, ପ୍ରଂଶସକଙ୍କୁ ଦେଲେ ଖୁସି ଖବର
ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଆଲିଆ ଭଟ୍ଟ । ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଆଲିଆ । ଏନେଇ ସେ ଦୁଇଟି ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ହସ୍ପିଟାଲ ବେଡରେ ଶୋଇଛନ୍ତି ।
ମୁମ୍ବାଇ: ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଆଲିଆ ଭଟ୍ଟ । ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଆଲିଆ । ଏନେଇ ସେ ଦୁଇଟି ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ହସ୍ପିଟାଲ ବେଡରେ ଶୋଇଛନ୍ତି । ଏହି ସମୟରେ ତାଙ୍କ ସ୍ୱାମୀ ରଣବୀର କପୁର ଆଲିଆଙ୍କ ପାଖରେ ବସିଛନ୍ତି । ଉଭୟ ସାମ୍ନାରେ ଥିବା ଅଲଟ୍ରାସାଉଣ୍ଡ ମେସିନକୁ ଦେଖୁଛନ୍ତି, ଯେଉଁଥିରେ ହୃଦୟ ଇମୋଜି ଦିଆଯାଇଛି ।"ଆମ ଶିଶୁ... ଶୀଘ୍ର ଆସୁଛି," ବୋଲି ପୋଷ୍ଟ କରିଛନ୍ତି । ଏହାପରେ ତାଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।

କେବଳ ପ୍ରଶଂସକ ନୁହଁନ୍ତି ସିଲିବ୍ରିଟି ପ୍ରିୟଙ୍କା ଚୋପ୍ରା, ସୋନୁ ସୁଦ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ମଧ୍ୟ ଏକ ବାର୍ତ୍ତା ପୋଷ୍ଟ କରିଥିବାବେଳେ ଆଲିଆ ଭଟ୍ଟଙ୍କ ଭଉଣୀ ଶାହିନ ଭଟ୍ଟ ଏବଂ ମା' ସୋନି ରାଜଦାନ ହୃଦୟରୁ ଶୁଭେଚ୍ଛା ପଠାଇଛନ୍ତି।
ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଗତ ଏପ୍ରିଲ ୧୪ ରେ ହୋଇଥିଲା। ସେ ବିବାହର କିଛି ଫଟୋ ମଧ୍ୟ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ବାନ୍ଦ୍ରାରେ ଥିବା ବାସଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି କପଲ୍। ଏହି ଶୁଭ ଖବରରେ ରଣବୀରଙ୍କ ମାଆ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଏହି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ରନବୀରଙ୍କ ବିବାହରେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି ।












Click it and Unblock the Notifications