ମିର୍ଜାପୁର ସିଜନ 3 ପୋଷ୍ଟ ସେୟାର କଲେ ଅଲି ଫଜଲ
ଗୁଡ୍ଡୁ ଭୈୟାଙ୍କ ଭୂମିକାକୁ ଜୀବନ୍ତ କରିଦେଇଥିଲେ ଅଭିନେତା ଅଲି ଫଜଲ । ଏବେ ପୁଣି ଥରେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି । ଅଭିନେତା ଏହି ଚର୍ଚ୍ଚିତ ୱେବ ସିରିଜର ସିଜନ 3ର ସୁଟିଂ ଆରମ୍ଭ କରିଛନ୍ତି ।
ମୁମ୍ବାଇ: ପରଦାରେ ଗୁଡ୍ଡୁ ଭୈୟାଙ୍କ ଭୂମିକାକୁ ଜୀବନ୍ତ କରିଦେଇଥିଲେ ଅଭିନେତା ଅଲି ଫଜଲ । ଏବେ ପୁଣି ଥରେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି । ଅଭିନେତା ଏହି ଚର୍ଚ୍ଚିତ ୱେବ ସିରିଜର ସିଜନ 3ର ସୁଟିଂ ଆରମ୍ଭ କରିଛନ୍ତି । ସିରିଜରେ ତାଙ୍କର ଲୁକ୍ ସେୟାର କରି ପ୍ରଶଂସକଙ୍କୁ ଉତ୍ସାହିତ କରିଛନ୍ତି ଅଲି ।

ହାତରେ ବନ୍ଧୁକ ଧରିଥିବାର ବ୍ଲାକ ଆଣ୍ଡ ହ୍ବାଇଟ ଫଟୋରେ ଏକ ଭୟାନକ ପୋଜରେ ନଜର ଆସିଛନ୍ତି ଅଲି । ଅଲି ଫଜଲ ତାଙ୍କର ଏହି ଖାସ ଅନ୍ଦାଜ ସହିତ 'ମିର୍ଜାପୁର'କୁ ଏକ ରୋମାଞ୍ଚକର ସିରିଜ୍ ବନାଇ ଦେଇଥିଲେ । ଫଟୋ ସେୟାର କରି ଅଲି ଫଜଲ ଲେଖିଛନ୍ତି, 'ପ୍ରସ୍ତୁତି, ରିହର୍ସଲ୍, ରିଡିଙ୍ଗ୍ ଆରମ୍ଭ ହୋଇଛି, ସେ ଗୁଡ୍ଡୁ ପଣ୍ଡିତ ଷ୍ଟାଇଲରେ ଆଗକୁ ଲେଖିଛନ୍ତି, 'କେବଳ ଫାୟରିଂ ହେବ । ଗୁଡ୍ଡୁ ଭୈୟା ଆରହେ ହେଁ । 'ପୋଷ୍ଟ ସେୟାର ହେବାର କିଛି ମିନିଟ୍ ପରେ ଅଲିଙ୍କ ଗର୍ଲଫ୍ରେଣ୍ଡ ରିଚା ଏଥିରେ ଲଭ ରିୟାକ୍ଟ କରିଛନ୍ତି।
ମିର୍ଜାପୁର ସିଜନ 3ର ଘୋଷଣା ପୂର୍ବରୁ ହୋଇସାରିଛି। କିନ୍ତୁ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଅଲି ଫଜଲଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ସିରିଜର ସୁଟିଂ ଆରମ୍ଭ କରିଛନ୍ତି । ମିର୍ଜାପୁରର ପ୍ରଥମ ସିଜନ୍ 2018 ରେ ଆସିଥିଲା ଏବଂ ଦ୍ୱିତୀୟ ସିଜନ୍ 2020 ରେ ଆସିଥିଲା । ଏହା ଏକ କ୍ରାଇମ୍ ଥ୍ରୀଲର୍ ସିରିଜ୍, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।












Click it and Unblock the Notifications