ଶାହାରୁଖଙ୍କ ସାମ୍ନାରେ ତାଙ୍କ ଗୀତରେ ଅହାନ ପାଣ୍ତେ, ଅଭିନେତା ଦେଲେ ଏପରି ରିଆକ୍ସନ

ଅନନ୍ୟା ପାଣ୍ଡେଙ୍କ ଭାଇ ଅହାନ ପାଣ୍ଡେ ତାଙ୍କ ଡ୍ୟାନ୍ସ ରେ ଏହି ସମାରୋହରେ ଚାରଚାନ୍ଦ ଲଗାଇଥିଲେ । ଖାସ୍ କଥା ହେଉଛି ଯେ, କିଙ୍ଗ୍ ଖାନଙ୍କ ଗୀତରେ ହିଁ ତାଙ୍କ ସାମ୍ନାରେ ଡ୍ୟାନ୍ସ କରିଥିଲେ ଅହାନ ପାଣ୍ଡେ ।

Alanna Panday Wedding

ମୁମ୍ବାଇ: ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଅଲାନା ପାଣ୍ଡେ ତାଙ୍କ ପ୍ରେମିକା ଆଇଭରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ପରିବାର ବ୍ୟତୀତ ଏହି ଦମ୍ପତିଙ୍କ ବିବାହରେ ଅନେକ ସେଲିବ୍ରେଟ୍ ଯୋଗ ଦେଇଥିଲେ। ଶାହାରୁଖ ଖାନ ପତ୍ନୀ ଗୌରୀ ଖାନ ମଧ୍ୟ ଉଭୟଙ୍କ ବିବାହ ସମାରୋହରେ ମଧ୍ୟ ଯୋଗ ଦେଇଥିଲେ । ବର୍ତ୍ତମାନ ଅଲାନା ଏବଂ ଆଇଭରଙ୍କ ବିବାହ ଉତ୍ସବରୁ ଏକ ଭିଡିଓ ଭାଇରାଲ ହେଉଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଅନନ୍ୟା ପାଣ୍ଡେଙ୍କ ଭାଇ ଅହାନ ପାଣ୍ଡେ ତାଙ୍କ ଡ୍ୟାନ୍ସ ରେ ଏହି ସମାରୋହରେ ଚାରଚାନ୍ଦ ଲଗାଇଥିଲେ । ଖାସ୍ କଥା ହେଉଛି ଯେ, କିଙ୍ଗ୍ ଖାନଙ୍କ ଗୀତରେ ହିଁ ତାଙ୍କ ସାମ୍ନାରେ ଡ୍ୟାନ୍ସ କରିଥିଲେ ଅହାନ ପାଣ୍ଡେ । କରଣ ମେହେତାଙ୍କ ସହ ଶାହାରୁଖାନଙ୍କ ଫିଲ୍ମ ୟେସ୍ ବସର ଗୀତରେ ଡ୍ୟାନ୍ସ କରିଥିଲେ ଅହାନ୍ । ଯାହା ଦେଖି ବେସ୍ ଇମପ୍ରେସ ହୋଇଥିଲେ ଅଭିନେତା ଶାହାରୁଖ ।


ଏହି ଭିଡିଓରେ ଶାହରୁଖ ଖାନ ଅତିଥିମାନଙ୍କ ମଧ୍ୟରେ ଗୌରୀ ଖାନଙ୍କ ସହ ନଜର ଆସିଥିଲେ । ଆହାନଙ୍କୁ ନାଚୁଥିବା ଦେଖି ଅଭିନେତା ହସୁଥିବାର ନଜର ଆସିଥିଲେ । ଭାଇରାଲ ଭିଡିଓରେ ଅହାନ ପାଣ୍ଡେ ଏବଂ କରଣ ମେହେତା ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧି ନାଚୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଶାହାରୁଖ ଖାନଙ୍କୁ କଳା ପୋଷାକରେ ଦେଖିବାକୁ ମିଳୁଛି। ଏହି ସମୟରେ ତାଙ୍କ ସହ ପତ୍ନୀ ଗୌରୀ ଖାନ ମଧ୍ୟ ନଜର ଆସିଥିଲେ ।


ସୂଚନାଥାଉ ଯେ, ଅଲାନା ପାଣ୍ଡେ ଏବଂ ଆଇଭର ମାର୍ଚ୍ଚ ୧୬ ତାରିଖରେ ମୁମ୍ବାଇରେ ବିବାହ କରିଛନ୍ତି । ଉଭୟ ଦୀର୍ଘ ଦିନ ଧରି ଡେଟ୍ କରୁଥିଲେ । ଅଲାନା ପାଣ୍ଡେ ଏବଂ ଆଇଭଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଏବଂ ଉଭୟ ଲସ୍ ଆଞ୍ଜେଲସରେ ରୁହନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉଭୟଙ୍କର ଲକ୍ଷ ଲକ୍ଷ ଫ୍ୟାନ ଫଲୋଇଙ୍ଗ ମଧ୍ୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+