'କଫି୍ ୱିଥ୍ କରଣର'ରେ ଅକ୍ଷୟ-ସମନ୍ଥାଙ୍କ ଧମାଲ୍ , ଉଭୟଙ୍କ ଜବରଦସ୍ତ ଡ୍ୟାନ୍ସ ହେଉଛି ଭାଇରାଲ
Akshay Samantha's dance got viral through internet in "Coffee with Karan"ଏଥର କରଣଙ୍କ ଶୋ'ରେ ହେବା ପାଇଁ ଯାଉଛି ଫୁଲ୍ ଧମାଲ୍ । କାରଣ ଏହି ଶୋ'ରେ ଏଥର ଆସିବା ପାଇଁ ଯାଉଛନ୍ତି ଅଭିନେତ୍ରୀ ସମନ୍ଥା ଓ ଅକ୍ଷୟ କୁମାର
ମୁମ୍ବାଇ: ଏଥର କରଣଙ୍କ ଶୋ'ରେ ହେବା ପାଇଁ ଯାଉଛି ଫୁଲ୍ ଧମାଲ୍ । କାରଣ ଏହି ଶୋ'ରେ ଏଥର ଆସିବା ପାଇଁ ଯାଉଛନ୍ତି ଅଭିନେତ୍ରୀ ସମନ୍ଥା ଓ ଅକ୍ଷୟ କୁମାର । ଶୋ'ର ବିଭିନ୍ନ ପ୍ରୋମୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଯୋଡିକୁ ଏକାଠି ପ୍ରଥମ ଥର ଦେଖିବା ପାଇଁ ମିଳିବ । ତେବେ ଶୋ'ର ଏକ ପ୍ରମୋରେ ଦୁହେଁ ଓଃ ଅଣ୍ଟାୱାମା.. ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅକ୍ଷୟ-ସାମନ୍ଥାଙ୍କ ଏହି ସିଜିଲିଂ କେମେଷ୍ଟ୍ରିକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଉଭୟଙ୍କ ଡ୍ୟାନ୍ସ କରୁଛି ଦର୍ଶକଙ୍କୁ ମତୁଆଲା । କିଛି ପ୍ରଶଂସକ ଉଭୟଙ୍କୁ ଫିଲ୍ମରେ ଏକାଠି ଦେଖିବା ପାଇଁ ମଧ୍ୟ ଆଶା ପ୍ରକାଶ କରିଛନ୍ତି ।
କଫି୍ ୱିଥ୍ କରଣର ଏହି ଏପିସୋଡକୁ ଦେଖିବା ପାଇଁ ଖୁବ୍ ଏକ୍ସସାଇଟେଡ୍ ଅଛନ୍ତି ଫ୍ୟାନ୍ସ । ଏହି ଏପିସୋଡ୍ରେ ବୋଧ ହୁଏ ସାମନ୍ଥା ନିଜ ଛାଡପତ୍ର ବିଷୟରେ ମଧ୍ୟ ଆଲୋଚନା କରିପାରନ୍ତି ।ଏହାଛଡା ଅକ୍ଷୟ ଓ ସମନ୍ଥାଙ୍କର ଡ୍ୟାନ୍ସ ଭିଡିଓ ଶୋ'ର ଟିଆରପି ନିଶ୍ଚୟ ଡବଲ୍ କରିବ ।

ତେବେ କରଣ ଜୋହରଙ୍କ ଶୋ' କଫି୍ ୱିଥ୍ କରଣ୍ ଖୁବ୍ ଚର୍ଚ୍ଚାରେ ରହିଥାଏ । ପ୍ରଥମ ଦିନରୁ ହିଁ ଏହି ଶୋ' ରେକର୍ଡ ଭାଙ୍ଗିବାରେ ଲାଗିଛି । ଆଲିଆ ଭଟ୍ଟ ଏବଂ ରଣବୀର ସିଂ ଏହି ସିଜିନର ପ୍ରଥମ ଅତିଥି ସାଜି ପହଁଚିଥିଲେ ।ଏହା ପରେ ବଲିଉଡର ଦୁଇ ହସିନା ଜାହ୍ନବୀ ଓ ସାରାଙ୍କ ମସ୍ତି ଦେଖିବାକୁ ମିଳିଥିଲା । ଆଉ ଏବେ ଅପେକ୍ଷା ତୃତୀୟ ଏପିସୋଡକୁ ।












Click it and Unblock the Notifications