ଦୀର୍ଘ ଦିନ ପରେ ଏକାଠି ନଜର ଆସିଲେ ଅକ୍ଷୟ -ରବିନା, ପରସ୍ପରକୁ କରୁଥିଲେ କି ଡେଟ୍ !
ମୁମ୍ବାଇ:ଏକ ସମୟ ଥିଲା ଯେତେବେଳେ ଅଭିନେତା ଅକ୍ଷୟ କୁମାର-ରବିନା ଟଣ୍ଡନଙ୍କ ପ୍ରେମ ସମ୍ପର୍କକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଥିଲା । ମିଡିଆ ରିପୋର୍ଟ ଅନୁସାରେ ଦୁଇ କଳାକାର ଗୁପ୍ତରେ ନିର୍ବନ୍ଧ ମଧ୍ୟ କରିସାରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କର ହୋଇଥିଲା ବ୍ରେକଅପ୍ ।

ପ୍ରେମ୍, ନିର୍ବନ୍ଧ ଏବଂ ବ୍ରେକଅପର ଚର୍ଚ୍ଚା ପରେ ଦୀର୍ଘ ଦିନ ପରେ ପୁଣି ଏକ ମଞ୍ଚରେ ଏକାଠି ଦେଖିବା ପାଇଁ ମିଳିଲା ଦୁଇ ସୁପରଷ୍ଟାରଙ୍କୁ । ଯେଉଁଠି ଉଭୟ ପରସ୍ପରର ବେଶ୍ ପ୍ରଶଂସା କରିଥିଲେ ।
ଗୋଟିଏ ମଞ୍ଚରେ ଅକ୍ଷୟ ଏବଂ ରବିନା
୯୦ ଦଶକରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନ୍ ସିରିଏସ୍ ରିଲେସନସିପରେ ଥିଲେ । ଉଭୟଙ୍କ ସମ୍ପର୍କକୁ ନେଇ ସବୁଆଡେ ଚର୍ଚ୍ଚା ଏବଂ ଆଲୋଚନା ହେଉଥିଲା କିନ୍ତୁ ପରେ ହଠାତ୍ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ । ଏହାରି ମଧ୍ୟରେ ଏତେ ବର୍ଷ ପରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କୁ ମେ ୭ ତାରିଖ ରବିବାର ଦନ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଉଭୟ ମଧ୍ୟ ପରସ୍ପର ସହ କଥା ହେବା ସହ ବେଶ୍ ଖୁସ ନଜର ଆସିଥିଲେ ।
ଅକ୍ଷୟ-ରବିନାଙ୍କ ଭିଡିଓ ଭାଇରାଲ
ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ ବଲିଉଡର ଅନେକ ସେଲିବ୍ରିଟି ନଜର ଆସିଥିଲେ । ଯେଉଁଠି ରବିନା-ଅକ୍ଷୟ ମଧ୍ୟ ପହଁଞ୍ଚିଥିଲେ । ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମର କିଛି ଭିଡିଓ କ୍ଲିପ୍ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏରେ ଅକ୍ଷୟ କୁମାର ଏବଂ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ରଭିନା ଟଣ୍ଡନ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ନଜର ଆସିଥିଲେ । ଲୋକେ ସେମାନଙ୍କୁ ଏକାଠି ଦେଖି ବେଶ୍ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।












Click it and Unblock the Notifications