ଏହି କାରଣରୁ ୧୫ ବର୍ଷ ବୟସରେ ଘର ଛାଡିଥିଲେ ଅକ୍ଷୟ କୁମାରଙ୍କ ପୁଅ !

Akshay Kumar: ବଲିଉଡ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ପ୍ରାୟତଃ ନିଜ ସିନେମାକୁ ନେଇ ବିଜି ଥାନ୍ତି । ହେଲେ ଯେତେବେଳେ ବି ତାଙ୍କୁ ଫ୍ରି ଟାଇମ୍ ମିଳିଥାଏ । ସେ ନିଜ ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ନିଜ ଅଭିନୟ ଜରିଆରେ ସେ ଦୀର୍ଘ ବର୍ଷ ଧରି ଲୋକଙ୍କ ମନ ଜିଣି ଆସୁଛନ୍ତି । ରିପୋର୍ଟ ଅନୁସାରେ ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ର ଜଲି ଏଲଏଲବି-3 ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ପ୍ରାୟତଃ ଅଭିନେତା କେବଳ ନିଜ ସିନେମା ଏବଂ କାମ ବିଷୟରେ ଆଲୋଚନା କରିଥାନ୍ତି, ଖୁବ୍ କମ ସେ ନିଜ ପରିବାର ବିଷୟରେ କଥାବାର୍ତ୍ତା କରନ୍ତି । ହେଲେ ନିକଟରେ ସେ ତାଙ୍କ ପୁଅ ଆରାଭଙ୍କ ବିଷୟରେ କଥା ହୋଇଥିଲେ । ଅକ୍ଷୟ କହିଥିଲେ, ଆରାଭ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର କରିବାକୁ ଚାହୁଁନାହାଁନ୍ତି। ସେ ଖୁବ୍ ସରଳ ଏବଂ ଏପରିକି ଅକ୍ଷୟ କୁମାର ତାଙ୍କ ପୁଅକୁ ବିଦେଶ ଛାଡିବା ପାଇଁ ମଧ୍ୟ ନାରାଜ ଥିଲେ ।

Akshay Kumar

ନିକଟରେ ଅକ୍ଷୟ କୁମାର ଶିଖର ଧୱନଙ୍କ ଶୋ' ଧୱନ କରେଙ୍ଗେ'ରେ ଅରବଙ୍କ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଆରାଭ ଲଣ୍ଡନରେ ପାଠ ପଢିଛନ୍ତି, ମାତ୍ର 15 ବର୍ଷ ବୟସରେ ଘରୁଠୁ ଦୂରରେ ରହୁଛନ୍ତି । ସେ ପାଠ ପଢିବା ପାଇଁ ଭଲ ପାଆନ୍ତି ଏବଂ ଏକା ରହିବାକୁ ପସନ୍ଦ କରନ୍ତି ।

ବାହାରକୁ ଯିବା ତାଙ୍କର ନିଷ୍ପତ୍ତି ଥିଲା ହେଲେ ମୁଁ (ଅକ୍ଷୟ କୁମାର) ତାଙ୍କୁ ଏକା ବାହରକୁ ଛାଡିବା ପାଇଁ ଚାହୁଁ ନଥିଲେ । ହେଲେ ଅଭିନେତା ତାଙ୍କୁ ଅଟକାଇ ପାରି ନଥିଲେ କାରଣ ସେ ନିଜେ ୧୪ ବର୍ଷ ବୟସରେ ଘରୁ ଛାଡି କାମ କରିବା ପାଇଁ ଆସିଥିଲେ ।

ଅକ୍ଷୟ ଆହୁରି କହିଛନ୍ତି- ଆରବ ନିଜର ଡ୍ରେସ୍ ନିଜେ ଧୁଅନ୍ତି, ସେ ଜଣେ ଭଲ ରୋଷେଇଆ, ବାସନକୁସନ ନିଜେ ଧୋଇ ଦିଅନ୍ତି ଏବଂ ମହଙ୍ଗା ପୋଷାକ କିଣନ୍ତି ନାହିଁ । ସେ ସେକେଣ୍ତ ହ୍ୟାଣ୍ଡ ଷ୍ଟୋରରୁ ଡ୍ରେସ୍ କିଣନ୍ତି । ଆମେ ତାଙ୍କୁ କୌଣସି ଜିନିଷ ପାଇଁ ବାଧ୍ୟ କରିନାହୁଁ । ହେଲେ ମୋ ଝିଅ ନୂଆ ପୋଷାକ ପିନ୍ଧିବା ଖୁବ ପସନ୍ଦ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+