ଅକ୍ଷୟ କୁମାରଙ୍କ ଫିଲ୍ମ 'ହାଉସଫୁଲ 5'ର ଟିଜର୍ ରିଲିଜ୍, ଜିଣୁଛି ଫ୍ୟାନ୍ସଙ୍କ ମନ
Housefull 5 Teaser Out: ଅକ୍ଷୟ କୁମାରଙ୍କ ଫିଲ୍ମ 'ହାଉସଫୁଲ ୫'ର ଟିଜର୍ ରିଲିଜ୍ ହୋଇଯାଛି । ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏହି ସିନେମାକୁ ଦୀର୍ଘ ଦିନ ହେବ ଫ୍ୟାନ୍ସ ଅପେକ୍ଷା କରିଥିଲେ । ଏହି ଫିଲ୍ମରୁ ନିର୍ମାତାମାନେ ମଧ୍ୟ ବହୁତ ଆଶା ରଖିଛନ୍ତି। ଆଜି ଫିଲ୍ମର ଟିଜର ରିଲିଜ୍ ହେବା ପରେ ଲୋକଙ୍କ ଉତ୍ସାହ ବୃଦ୍ଧି ପାଇଛି ।
ସୂଚନା ଅନୁଯାୟୀ 'ହାଉସଫୁଲ ୫' ଫିଲ୍ମର ଟିଜର ଆଜି ଅର୍ଥାତ୍ ୩୦ ଏପ୍ରିଲ ୨୦୨୫ ରିଲିଜ୍ ହୋଇଛି। ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନେକ ବଲିଉଡ ଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ଫିଲ୍ମର ଟିଜର ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି ।
ଅକ୍ଷୟ କୁମାରଙ୍କ ସହିତ ଏହି ଫିଲ୍ମରେ ଅଭିଷେକ ବଚ୍ଚନ, ରିତେଶ ଦେଶମୁଖ, ସୋନମ ବାଜୱା, ନାନା ପାଟେକର, ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତଙ୍କ ସମେତ ମୋଟ ୧୮ ଜଣ ଷ୍ଟାର ଅଛନ୍ତି। ଟିଜରରେ ଏହି ସମସ୍ତ କଳାକାରଙ୍କ ଝଲକ ଦେଖିବାକୁ ମିଳିବ।

୭୬ ସେକେଣ୍ଡର ଟିଜରଟି ଲୋକଙ୍କ ହୃଦୟ ଜିତିଛି। ଲୋକମାନେ ଟିଜରଟିକୁ ବହୁତ ପସନ୍ଦ କରୁଛନ୍ତି। ୭୬ ସେକେଣ୍ଡର ଟିଜରରେ ୧୮ ଜଣ ଚରିତ୍ରର ଝଲକ ଦେଖିବାକୁ ମିଳିଛି। ଟିଜରର ଆରମ୍ଭରେ ଏକ ବଡ଼ ଜାହାଜ ଦେଖିବା ପାଇଁ ମିଳୁଛି । ସେହିପରି ଏହି ଟିଜରରେ ଜଣେ ହତ୍ୟାକାରୀର ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି ଯିଏ ମୁହଁରେ ଏକ ମୁଖା ପିନ୍ଧିଥିବାର ନଜର ଆସୁଛି। ଏହି ଫିଲ୍ମଟି ୬ ଜୁନ୍ ୨୦୨୫ ରେ ସିନେମା ହଲରେ ମୁକ୍ତିଲାଭ କରିବ।
ସୂଚନା ଅନୁଯାୟୀ, ଫିଲ୍ମ 'ହାଉସଫୁଲ' ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା। ଏବଂ ଦୁଇ ବର୍ଷ ପରେ 'ହାଉସଫୁଲ ୨' ମୁକ୍ତିଲାଭ କରିଥିଲା। ଏହି ଦୁଇଟି ଫିଲ୍ମର ନିର୍ଦ୍ଦେଶକ ଥିଲେ ସାଜିଦ ଖାନ। ଏହା ପରେ, ୨୦୧୬ରେ 'ହାଉସଫୁଲ ୩' ମୁକ୍ତିଲାଭ କରିଥିଲା। ପରେ ୨୦୧୯ରେ, 'ହାଉସଫୁଲ ୪' ମୁକ୍ତିଲାଭ କରିଥିଲା ବର୍ତ୍ତମାନ ନୂଆ 'ହାଉସଫୁଲ ୫'କୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।












Click it and Unblock the Notifications