ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ଫିଲ୍ମ "Sky Force" ୧୦୦ କୋଟି କ୍ଲବରେ ହେବେ ସାମିଲ
Film Sky Force : ଅକ୍ଷୟ କୁମାର ଏବଂ ବୀର ପାହାଡ଼ିଆଙ୍କ ଫିଲ୍ମ "Sky Force" ମୁକ୍ତିଲାଭ କରିବାର ୭ ଦିନ ହୋଇଯାଇଛି। ୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ହୋଇଥିବା ବାୟୁସେନା ଆକ୍ରମଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଗଣତନ୍ତ୍ର ଦିବସ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏହି ସିନେମା ଦର୍ଶକଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା ।
ହେଲେ ରିଲିଜର କିଛି ଦିନ ପାଇଁ ତ ଫିଲ୍ମ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଥିଲା ହେଲେ କିଛି ଦିନ ମଧ୍ୟରେ ଆୟ ସାମାନ୍ୟ ହ୍ରାସ ପାଇଥିଲା । ହେଲେ ଫିଲ୍ମର କଲେକ୍ସନ ଏବେ ବି ଆଶା ଅନୁଯାୟୀ ରହିଛି । ଆଜି ସନ୍ଧ୍ୟା ୪:୩୫ ସୁଦ୍ଧା ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୮୧ କୋଟି ଟଙ୍କା ସଂଗ୍ରହ କରିଛି ।

ତେବେ ଅକ୍ଷୟ କୁମାରଙ୍କ ଫିଲ୍ମ OMG ୨ ୨୦୨୩ରେ ୧୫୦ କୋଟିରୁ ଅଧିକ ରୋଜଗାର କରିବାରେ ସଫଳ ହୋଇଥିଲା । ହେଲେ ଚର୍ଚ୍ଚା ହେଉଛି ଖୁବ୍ ଶୀଘ୍ର ଅକ୍ଷୟ ଫିଲ୍ମ "Sky Force" ୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।
ସେହିପରି ସାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ଦେବା ଆସନ୍ତାକାଲି ଅର୍ଥାତ୍ ୩୧ ଜାନୁଆରୀରେ ମୁକ୍ତିଲାଭ କରିବା ପାଇଁ ଯାଉଛି । କିଛି ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହି ଫିଲ୍ମଟି ପ୍ରଥମ ଦିନରେ ୭ କୋଟି ଟଙ୍କାର ବ୍ୟବସାୟ କରିପାରେ । ତେବେ ଏହି ଫିଲ୍ମର ପ୍ରଭାବ "Sky Force"ଉପରେ ମଧ୍ୟ ପଡିପାରେ ।












Click it and Unblock the Notifications